ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗଛରେ ପିଟି ହୋଇ ଚାଲିଗଲା ୩ ଜଣ ସାଙ୍ଗଙ୍କ ଜୀବନ। ଏଭଳି ମର୍ମନ୍ତଦ ସଡ଼କ ଦୁର୍ଘଟଣା ଘଟିଛି ଢେଙ୍କାନାଳ-କପିଳାସ ରାସ୍ତାର ଛଣାବୋଲୁଅ ନିକଟରେ। ମୃତକଙ୍କ ମଧ୍ୟରୁ ୨ ଜଣ କାଇମାଟିଆ ଓ ଜଣେ ରାମେଶ୍ଵରପୁରର। ବିରାଡ଼ିଆରୁ ଭୋଜି ସାରି ଫେରୁଥିବା ବେଳେ ଏହି ଅଘଟଣ ଘଟିଛି।

୩ ଜଣ ସାଙ୍ଗ ଭୋଜି ସାରି ଫେରୁଥିବା ସମୟରେ ଛଣାବୋଲୁଆ ନିକଟରେ ଭାରସାମ୍ୟ ହରାଇ ଏକ ଗଛରେ ବାଇକକୁ ପିଟି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ପୋଲିସ ଓ ଆମ୍ଵୁଲାନ୍ସକୁ ଖବର ଦେଇଥିଲେ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଆମ୍ଵୁଲାନ୍ସରେ ମେଡିକାଲ ପଠାଇଛି। ଏହାସହ ମୃତକଙ୍କ ପରିବାରକୁ ଖବର ମଧ୍ୟ ଦିଆଯାଇଛି।

Comment