ଓଡ଼ିଶାଲାଇଭ୍ ବ୍ୟୁରୋ

ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘ହେଲୋ’ରେ ଓଡ଼ିଶାଲାଇଭ୍‌ ଛୁଇଁଛି ୧୦ ଲକ୍ଷ ଭିୟୁଜ୍‌। ମାର୍ଚ୍ଚ ୧୦ ତାରିଖ ହୋଲି ଦିନ ଓଡ଼ିଶାଲାଇଭ୍‌ ୧୦ ଲକ୍ଷ ଭିୟୁଜ୍‌ ଟପିଯାଇଛି।

ଗତ ଜାନୁଆରି ମାସରେ ‘ହେଲୋ’ ପ୍ଲାଟ୍‌ଫର୍ମରେ ଯୋଗ ଦେଇଥିଲା ଓଡ଼ିଶାଲାଇଭ୍‌। ପ୍ରଥମ ଦୁଇ ସପ୍ତାହ ମଧ୍ୟରେ ଓଡ଼ିଶାଲାଇଭ୍‌ ‘ହେଲୋ’ ପ୍ଲାଟ୍‌ପର୍ମରେ ୟୁଜର୍‌ମାନଙ୍କ ସହ ଯୋଡ଼ି ହୋଇପାରିଥିଲା।

ଗୋଟିଏ ମାସ ମଧ୍ୟରେ ଓଡ଼ିଶାଲାଇଭ୍‌ ‘ହେଲୋ’ ପେଜ୍‌ ପାଞ୍ଚ ଲକ୍ଷ ଭିୟୁଜ୍‌ର ମାଇଲ୍‌ଖୁଣ୍ଟ ଛୁଇଁବାକୁ ସକ୍ଷମ ହୋଇପାରିଥିଲା। ଫେବ୍ରୁଆରି ମାସରେ ହେଲୋ ପ୍ଲାଟ୍‌ଫର୍ମରେ ଓଡ଼ିଶାଲାଇଭ୍‌ ପ୍ରାୟ ୧ କୋଟି ୩୬ ଲକ୍ଷ ଭିୟୁଜ୍‌ରେ ପହଞ୍ଚିଥିଲା।

ସେହିପରି ମାର୍ଚ୍ଚମାସ ପ୍ରଥମ ସପ୍ତାହ ଶେଷ ବେଳକୁ ପେଜ୍‌ ୮ ଲକ୍ଷ ଟପି ଏକ ନୂଆ ମାଇଲ୍‌ଖୁଣ୍ଟ ଛୁଇଁଥିଲା। ମାର୍ଚ୍ଚ ୧୦ ତାରିଖ ଦିନ ‘ହେଲୋ’ ପ୍ଲାଟ୍‌ଫର୍ମରେ ଓଡ଼ିଶାଲାଇଭ୍ ୧୦ ଲକ୍ଷ ଟପି ଏକ ନୂଆ ମାଇଲ୍‌ଖୁଣ୍ଟ ତିଆରି କରିପାରିଛି।

ଓଡ଼ିଶାର ବିଭିନ୍ନ ଆଗଧାଡ଼ିର ମିଡିଆ ‘ହେଲୋ’ ପ୍ଲାଟ୍‌ଫର୍ମରେ ରହିଛନ୍ତି। ତେବେ ଓଡ଼ିଶାଲାଇଭ୍‌ ଆଜିର ଦିନରେ ୧୦ ଲକ୍ଷ ଭିୟୁ ଟପି ସବୁଠାରୁ ଲୋକପ୍ରିୟ ପେଜ୍‌ ହୋଇପାରିଛି।

ଏହି ସଫଳତା ପାଇଁ ଓଡ଼ିଶାଲାଇଭ୍‌ର ବାର୍ତ୍ତା ସମ୍ପାଦକ ସରୋଜ କୁମାର ମହାପାତ୍ର ହେଲୋର ପାଠକ ଓ ଦର୍ଶକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେହିପରି ଓଡ଼ିଶାଲାଇଭ୍‌ର ସମ୍ପାଦକ ନୀଳାମ୍ବର ରଥ ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସହ ଓଡ଼ିଶାଲାଇଭ୍‌ ସାଙ୍ଗରେ ଯୋଡ଼ି ହୋଇ ରହିବା ପାଇଁ ଅନୁରୋଧ କରିଛନ୍ତି।

ଦର୍ଶକ ଓ ପାଠକମାନେ ଓଡ଼ିଶାଲାଇଭ୍‌ର ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ କମେଣ୍ଟ ଦେଇ ସିଧାସଳଖ ଭାବେ ସେମାନଙ୍କ ମତାମତ ରଖିବାକୁ ଏହି ଅବସରରେ ଓଡ଼ିଶାଲାଇଭ୍‌ର ମିଡିଆ ଟିମ୍‌ ମଧ୍ୟ ଅନୁରୋଧ କରିଛି। ପାଠକମାନଙ୍କ ମତାମତକୁ ଓଡ଼ିଶାଲାଇଭ୍‌ ସବୁବେଳେ ଗୁରୁତ୍ଵ ଦେଇ ଆସୁଛି।

ଓଡ଼ିଶାର ଆଗଧାଡ଼ିର ‘ଡିଜିଟାଲ ଓନ୍‌ଲି’ ପ୍ଲାଟ୍‌ଫର୍ମ ଭାବେ ନିଜ ପାଇଁ ସ୍ଵତନ୍ତ୍ର ପରିଚୟ ହାସଲ କରିଛି ଓଡ଼ିଶାଲାଇଭ୍‌। ଏହାର ନ୍ୟୁଜ୍‌ ପୋର୍ଟାଲ ଓଡ଼ିଶା ସରାକରଙ୍କ ସୂଚନା ଲୋକସମ୍ପର୍କ ବିଭାଗ ପକ୍ଷରୁ କାଟାଗୋରି-ଏ ବର୍ଗରେ ସ୍ୱୀକୃତି ପ୍ରାପ୍ତ।

ସେହିପରି ଓଡ଼ିଶାଲାଇଭ୍‌ ବିଭିନ୍ନ ସୋସିଆଲ ମିଡିଆ ଚ୍ୟାନେଲ ମାଧ୍ୟମରେ ଦେଶ ବିଦେଶର ପାଠକ ଓ ଦର୍ଶକଙ୍କ ସହ ଯୋଡ଼ି ହୋଇପାରିଛି। ଫେସ୍‌ବୁକ୍‌, ୟୁଟ୍ୟୁବ୍‌, ଇନ୍‌ଷ୍ଟାଗ୍ରାମ୍‌, ହେଲୋ ଛଡ଼ା ଓଡ଼ିଶାଲାଇଭ୍‌ ସେୟାର ଚାଟ୍‌ ପ୍ଲାଟ୍‌ଫର୍ମରେ ଯୋଗ ଦେଇଛି।

ଭାରତର ଲୋକପ୍ରିୟ ମୋବାଇଲ ଆପ୍‌ ମଧ୍ୟରେ ଡେଲିହଣ୍ଟ ଏବଂ ଜିଓ ନ୍ୟୁଜ୍‌ ପ୍ଲାଟ୍‌ଫର୍ମ ଜରିଆରେ ଓଡ଼ିଶାଲାଇଭ୍‌ ମଧ୍ୟ ହଜାର ହଜାର ଦର୍ଶକ ଓ ପାଠକଙ୍କ ପାଖରେ ପହଞ୍ଚୁଛି।

ପ୍ରତିଦିନର ବଡ଼ ଖବର ଛଡ଼ା ରାଜନୀତି, ଅର୍ଥନୀତି, ସ୍ୱାସ୍ଥ୍ୟ, ମନୋରଞ୍ଜନ ଓ କ୍ରୀଡ଼ା ଆଦି ବିଷୟ ଉପରେ ଖବର ଓ ସମୀକ୍ଷାତ୍ମକ ବିଷୟ ଉପସ୍ଥାପନ କରି ଓଡ଼ିଶାଲାଇଭ୍‌ ଡିଜିଟାଲ ପ୍ଲାଟ୍‌ଫର୍ମର ଭିଡ଼ ଭିତରେ ନିଜ ପାଇଁ ଅଲଗା ଜାଗା ତିଆରି କରିଛି।

Comment