ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ ଏବଂ ଚୀନ୍ ମଧ୍ୟରେ ବିବାଦ ଯୋଗୁଁ ଦେଶବାସୀ ବର୍ତ୍ତମାନ ଚାଇନାର ସାମଗ୍ରୀ କ୍ରୟ ଉପରେ ପ୍ରତିବନ୍ଧକ ଲଗାଇବା ଆରମ୍ଭ କରିଛନ୍ତି। ଏହି ପର୍ଯ୍ୟାୟରେ ଲୋକମାନେ ଚାଇନିଜ୍ ଆପକୁ ମଧ୍ୟ ବୟକଟ କରିବା ଆରମ୍ଭ କଲେଣି। ଟିକଟକ, ହେଲୋ, ଲାଇକ୍ ଏବଂ PUBG ଭଳି ଲୋକପ୍ରିୟ ଚାଇନିଜ୍ ଆପ୍ ଡାଉନଲୋଡରେ ହ୍ରାସ ଘଟିଥିବା ଜଣାପଡ଼ିଛି।

ଚୀନର ଆପ୍ସ କମ୍ପାନିଗୁଡିକ ପାଇଁ ଭାରତ ଏକ ବଡ଼ ବଜାର, ଯେଉଁଠାରେ ବର୍ତ୍ତମାନ ଚୀନ ଜିନିଷକୁ ବହିଷ୍କାର କରାଯାଉଛି। ତେବେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଶେଷ ହେବା ପରେ ସ୍ଥିତିରେ ସୁଧାର ଆସିବାର ସମ୍ଭାବନା ରହିଛି ବୋଲି ବିଶେଷଜ୍ଞମାନେ କହିଛନ୍ତି।

ସେନ୍ସର ଟାୱାରର ଏକ ରିପୋର୍ଟ ଅନୁଯାୟୀ, ଲାଇଭ୍ ଷ୍ଟ୍ରିମିଂ ଆପ୍ ବିଗୋ ଲାଇଭ୍, ସର୍ଟ ଭିଡିଓ ଆପ୍ ଲାଇକ୍‌ ଏବଂ ଗେମିଂ ଆପ୍ PUBG ର ଡାଉନଲୋଡ୍ ଜୁନ୍ ମାସରେ ହ୍ରାସ ଘଟିଛି।  ଟିକଟକ୍ ଏବଂ ହାଲୋ ଆପ୍ର ଡାଉନଲୋଡ୍ ଏପ୍ରିଲ୍ ଠାରୁ ହ୍ରାସ ପାଇଛି।

ଟିକଟକ:  ଏପ୍ରିଲରେ ୨.୩୫ କୋଟି, ମେ’ ମାସରେ ୨.୨୪ କୋଟି ଲୋକ ଏହି ଆପ୍ସ ଡାଉନଲୋଡ କରିଥବା ବେଳେ ଜୁନ୍ ୧ରୁ ଜୁନ ୨୨ ଭିତରେ ୧.୩୯ କୋଟି ଡାଉନଲୋଡ୍ ହୋଇଛି।

ହେଲୋ : ଏପ୍ରିଲରେ ୧.୬୬ କୋଟି, ମେ’ ମାସରେ ୧.୪୯ କୋଟି ଥିବାବେଳେ ଜୁନ୍ ୧ରୁ ୨୨ ଭିତରେ ୯୨ ଲକ୍ଷ ଡାଉନଲୋଡ୍ ହୋଇଛି।

ବିଗୋ ଲାଇଭ୍: ଏପ୍ରିଲରେ ୨୫ ଲକ୍ଷ, ମେ’ ମାସରେ ୨୬ ଲକ୍ଷ ହୋଇଥିବାବେଳେ ୧ ଜୁନ୍ ରୁ ୨୨ ଭିତରେ ୧୮ ଲକ୍ଷ ଡାଉନଲୋଡ୍ ହୋଇଛି।

ଲାଇକ୍: ଏପ୍ରିଲରେ ୬୭ ଲକ୍ଷ, ମେ’ ମାସରେ ୭୦ ଲକ୍ଷ ହୋଇଥିବାବେଳେ ଜୁନ୍ ୨ରୁ ଜୁନ୍ ୨୨ ଭିତରେ ୪୩ ଡାଉନଲୋଡ ହୋଇଛି।

PUBG: ଏପ୍ରିଲରେ ୯୯ ଲକ୍ଷ, ମେ’ ମାସରେ ୧.୨୨ କୋଟି ହୋଇଥିଲା ବେଳେ ଜୁନ ୧ରୁ ୨୨ ଭିତରେ ୬୬ ଲକ୍ଷ ଡାଉନଲୋଡ ହୋଇଛି।

Comment