ଓଡ଼ିଶାଲାଇଭ୍ ବ୍ୟୁରୋ

ଚାଇନା ଉପରେ ଡିଜିଟାଲ୍ ଷ୍ଟ୍ରାଇକ୍ କରି ମୋଦୀ ସରକାର ପବଜି ସମେତ ୧୧୮ଟି ଆପକୁ ବ୍ୟାନ୍ କରିଦେଇଛି। ତେଣୁ ଏବେ ପବଜି ଖେଳୁଥିବା ପିଲାମାନେ ଏହାର ବିକଳ୍ପ କଥା ଚିନ୍ତା କରୁଛନ୍ତି। ଏଭଳି ସମୟରେ ସାମନାକୁ ଆସିଛି ‘ଫୌଜି’ ନାମକ ଏକ ଗେମିଙ୍ଗ୍ ଆପ୍।

ବଲିଉଡ୍ ଷ୍ଟାର ଅକ୍ଷୟ କୁମାର ଏନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି। ଫୌଜୀ ଆପ୍ ଏକ ଆକ୍ସନ ଗେମ୍ ସହ ଏହା ଖେଳାଳିମାନଙ୍କୁ ଭରପୂର ମନୋରଞ୍ଜନ ଯୋଗାଇପାରିବ ବୋଲି ଅକ୍ଷୟ ଲେଖିଛନ୍ତି। ଏଥିସହିତ ଏହାକୁ ଖେଳିବା ଦ୍ୱାରା ପିଲାମାନେ ଆମ ଦେଶର ଯବାନମାନଙ୍କର ବଳୀଦାନ ବିଷୟରେ ମଧ୍ୟ ଜାଣିପାରିବେ ବୋଲି ସେ କହିଛନ୍ତି।BGUଏହି ଆପରୁ ସଂଗୃହୀତ ହେଉଥିବା ଅର୍ଥର ୨୦ ପ୍ରତିଶତ ଅର୍ଥ ସୈନିକ୍ୟମାନଙ୍କ ଉଦ୍ଦେଶ୍ୟରେ ଖର୍ଚ୍ଚ ହେବ ବୋଲି ଅକ୍ଷୟ ଟୁଇଟରେ ଲେଖିଛନ୍ତି। ପବଜି ଗେମିଙ୍ଗ ଆପ ବନ୍ଦ ହେବା ପରେ ଫୌଜୀ ଆପ ବେଶ୍ ଲୋକପ୍ରିୟ ହୋଇପାରିବ ବୋଲି କୁହାଯାଉଛି।

Comment