ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ବ୍ୟାନ୍ ହେଲା ପବ-ଜି। ଲୋକପ୍ରିୟ ମୋବାଇଲ୍ ଗେମିଙ୍ଗ୍ ଆପ୍ ‘ପବ୍-ଜି’କୁ ଭାରତରେ ବ୍ୟାନ୍ ଘୋଷଣା କରାଯାଇଛି। ପବ-ଜି ସହିତ ୧୧୮ଟି ଆପ୍‌କୁ ମଧ୍ୟ ବ୍ୟାନ୍ କରିଦିଆଯାଇଛି। କେନ୍ଦ୍ର ସୂଚନା ଏବଂ ବୈଷୟିକ ମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା ମିଳିଛି।

ଏବେ ଭାରତରେ ଆଉ କେହି ‘ପବ୍-ଜି’ ଖେଳିପାରିବେନି। ବହୁଦିନ ହେବ ଭାରତରୁ ‘ପବ୍-ଜି’କୁ ବ୍ୟାନ୍ କରିବା ନେଇ ଚର୍ଚ୍ଚା ଜୋର୍ ଧରିଥିଲା। ତେବେ ସବୁ ପ୍ରତିକ୍ଷାର ଅନ୍ତ ଘଟାଇ ଭାରତ ସରକାର ଆଜି ‘ପବ୍-ଜି’କୁ ବ୍ୟାନ୍ କରିଛନ୍ତି।

ପବଜି ସହିତ ଗେମ୍ ଅଫ ସୁଲତାନ, ପବଜି ମୋବାଇଲ୍ ଲାଇଟ୍,ସୁପର କ୍ଲିନ୍ ଭଳି ୧୧୮ଟି ଆପକୁ ବ୍ୟାନ୍ ଘୋଷଣା କରାଯାଇଛି।

Comment