ଓଡ଼ିଶାଲାଇଭ୍ ବ୍ୟୁରୋ

indian army app ban

କିଛି ଦିନ ତଳେ ୫୯ଟି ଚାଇନିଜ ଆପକୁ ବ୍ୟାନ କରିଥିଲେ ଭାରତ ସରକାର। ଏଥିରେ ଟିକଟକ, ହେଲୋ ଭଳି ଅନେକ ଆପ ସାମିଲ୍ ଥିଲା ଯାହା ଭାରତରେ ବେଶ୍ ଲୋକପ୍ରିୟ ହୋଇଥିଲା। ବର୍ତ୍ତମାନ ଭାରତୀୟ ସେନାକୁ ସମୁଦାୟ ୮୯ଟି ଆପ୍ ବ୍ୟବହାର ନକରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

CGU new

ନିର୍ଦ୍ଦେଶ ଅନୂଯାୟୀ ଭାରତୀୟ ଯବାନମାନଙ୍କୁ ନିଜ ସ୍ମାର୍ଟ ଫୋନରୁ ଏହି ୮୯ଟି ଆପକୁ ଡିଲିଟ୍ କରିବାକୁ ହେବ। ଏଥିରେ ସାମିଲ୍ ଅଛନ୍ତି ଫେସବୁକ୍, ପବ୍-ଜି, ଇନଷ୍ଟାଗ୍ରାମ, ଟ୍ରୁ-କଲର୍ ଭଳି ଆହୁରି ଅନେକ ଆପ୍। ବ୍ୟାନ ହୋଇଥିବା ଏହି ଆପ ମଧ୍ୟରେ ରହିଛି ଅନେକ ମେସେଜିଂ ଆପ୍, ଭିଡିଓ ତଥା ଲାଇଭ୍ ଷ୍ଟ୍ରିମିଂ ଆପ୍, ୟୁଟିଲିଟି ଓ କଣ୍ଟେଣ୍ଟ ସେୟାରିଂ ଆପ୍, ଓ୍ୱେବ୍ ବ୍ୟାଉଜର ଓ ଗେମିଂ ଆପ୍, ଡେଟିଂ ଆପ୍, ଆଣ୍ଟି ଭାଇରସ ଓ ନ୍ୟୁଜ୍ ଆପ୍, ବ୍ଲଗିଂ ଓ ମ୍ୟୁଜିକ ସମ୍ବନ୍ଧୀୟ  ଆପ୍।

app ban

ଭାରତୀୟ ଯବାନଙ୍କ ଫୋନରେ ଥିବା ଏହି ସବୁ ଆପ ଜରିଆରେ ଡାଟା ଲିକ୍ ହେବାର ସମ୍ବାବନା ରହିଛି। ତେଣୁ ଦେଶର ସୁରକ୍ଷାକୁ ଦୃଷ୍ଟିରେ ରକ୍ଷା ଏପରି ନିଷ୍ପତ୍ତି ନିଆଯାଇଛି।

Comment