ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତକୁ ପୁଣି ଫେରିପାରେ ଲୋକପ୍ରିୟ ଗେମିଙ୍ଗ୍ ଆପ୍ ପବଜି। ଏହା ଉପରେ ଥିବା ସମସ୍ତ ପ୍ରକାରର କଟକଣାକୁ ହଟାଇବାକୁ କମ୍ପାନି ଚେଷ୍ଟା କରୁଛି। ଫଳରେ ଏହି ଲୋକପ୍ରିୟ ଗେମ ପୁଣି ଭାରତକୁ ଫେରିବ ଆଶା କରାଯାଉଛି।

ଲୋକପ୍ରିୟ ଏହି ପବଜି ଆପକୁ ଦକ୍ଷିଣ କୋରିଆର ପବଜି କର୍ପୋରେସନ କମ୍ପାନି ସୃଷ୍ଟି କରିଥିଲା। ପରେ ଏହା ଚାଇନିଜ୍ କମ୍ପାନି ‘ଟେସେଣ୍ଟ୍’ ସହ ମିଶି ଏହାକୁ ଭାରତରେ ଲଞ୍ଚ କରିଥିଲା। ହେଲେ ଭାରତ ଓ ଚୀନ୍ ସୀମାରେ ଉତ୍ତେଜନା ପରେ  ଜାତୀୟ ସୁରକ୍ଷାକୁ ଧ୍ୟାନରେ ରଖି ଭାରତ ସରକାର ଗତ କିଛି ଦିନ ତଳେ ଏହା ଉପରେ ବ୍ୟାନ ଲଗାଇ ଦେଇଛନ୍ତି।BGUଏହାପରେ ଦକ୍ଷିଣ କୋରିଆର କମ୍ପାନି ପବଜି ଗେମରୁ ଚାଇନିଜ୍ କମ୍ପାନିକୁ ବାଦ୍ ଦେବାକୁ ବିଚାର କରିଛି। ଏହା ଉପରେ ଏବେ କେବଳ ଦକ୍ଷିଣ କୋରିଆର ପବଜି କର୍ପୋରେସନ କମ୍ପାନିର ମାଲିକାନା ରହିବ। ଏପରି ହେଲେ ଭାରତରେ ଏହି ଆପ ଉପରୁ ବ୍ୟାନ୍ ଉଠାଯାଇପାରେ।

ଭାରତ ସରକାର ମୁଖ୍ୟତଃ ଚାଇନିଜ୍ ଆପଗୁଡ଼ିକ ଉପରେ ବ୍ୟାନ୍ ଲଗାଉଛନ୍ତି। ତେଣୁ ପବଜି ଗେମର ମାଲିକାନା ଦକ୍ଷିଣ କୋରିଆର କମ୍ପାନି ହାତକୁ ଯିବା ପରେ ଏହା ଉପରୁ ବ୍ୟାନ ହଟାଇ ଦିଆଯିବ ବୋଲି କୁହାଯାଉଛି।

Comment