ଓଡ଼ିଶାଲାଇଭ୍ ବ୍ୟୁରୋ

ପବଜି ଖେଳିବାର ନିଶାରେ ବୃଦ୍ଧ ଜେଜେବାପାଙ୍କ ଆକାଉଣ୍ଟକୁ ଶୂନ କରିଦେଲା ନାତି। ୬ ମାସ ଭିତରେ ଆକାଉଣ୍ଟରୁ ଉଡ଼ାଇ ଦେଲା ପ୍ରାୟ ଅଢ଼େଇ ଲକ୍ଷ ଟଙ୍କା। ରାଜଧାନୀ ଦିଲ୍ଲୀରେ ଘଟିଥିବା ଏଭଳି ଏକ ଘଟଣାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା।

ଚାଇନିଜ୍ ଆପ ପବଜିକୁ କେନ୍ଦ୍ର ସରକାର ଏହା ମଧ୍ୟରେ ବ୍ୟାନ କରିସାରିଛନ୍ତି। ହେଲେ ଏହି ଆପ୍ ବ୍ୟାନ ହେବା ପୂର୍ବରୁ ଦିଲ୍ଲୀର ଜଣେ ଯୁବକ ଏହି ଗେମ୍ ଖେଳିବା ପାଇଁ ତାଙ୍କ ବୃଦ୍ଧ ଜେଜେବାପାଙ୍କ ଆକାଉଣ୍ଟକୁ ଶୂନ କରିଦେଇଛି।ଏହି ଘଟଣାର ଖୁଲାସା ସେତେବେଳେ ହୋଇଥିଲା ଯେତେବେଳେ ସେହି ଯୁବକଙ୍କର ଜେଜେବାପା ତାଙ୍କ ଆକାଉଣ୍ଟରୁ ଅଢ଼େଇ ହଜାର ଟଙ୍କା ଉଠାଇଥିଲେ। ଟଙ୍କା ଉଠାଇବା ପରେ ତାଙ୍କ ମୋବାଇଲକୁ ମେସେଜ୍ ଆସିଥିଲା। ଯେଉଁଥିରେ ତାଙ୍କ ଆକାଉଣ୍ଟରେ ଏବେ ମାତ୍ର ୨୭୫ ଟଙ୍କା ଥିବା ଲେଖା ହୋଇଥିଲା। ଏହାକୁ ଦେଖି ବୃଦ୍ଧ ଜେଜେ ବାପାଙ୍କର ହୋସ୍ ଉଡ଼ିଯାଇଥିଲା।

ତାଙ୍କ ଆକାଉଣ୍ଟରେ ପୂର୍ବରୁ ପାଖାପାଖି ଅଢ଼େଇ ଲକ୍ଷ ଟଙ୍କା ଥିବାବେଳେ ଏତେ କମ ସଂଖ୍ୟକ ଟଙ୍କା ଦେଖି ସେ ପୋଲିସରେ ଅଭିଯୋଗ କରିଥିଲେ। ପୋଲିସ ମଧ୍ୟ ଏହି ଘଟଣାର ତଦନ୍ତ କରି ଏହାର ପର୍ଦ୍ଦାଫାସ କରିଥିଲେ।BGUଏହାପରେ ଜଣାପଡ଼ିଥିଲା ଯେ, ବୃଦ୍ଧ ଜେଜେବାପାଙ୍କ ନାତିଜଣକ ନିଜ ସାଙ୍ଗ ସାହାଯ୍ୟରେ ପେଟିଏମ୍ ଆକାଉଣ୍ଟ ଖୋଲିଥିଲା। ଏହା ସାହାଯ୍ୟରେ ନାତି ଜଣକ ତା ଜେଜେବାପାଙ୍କ ଆକାଉଣ୍ଟରୁ ଟଙ୍କା ଟ୍ରାନ୍ସଫର କରି ପବଜି ଖେଳୁଥିଲା। କେହି ଯେପରି ଏହି କଥା ଜାଣିପାରିବେନି ସେଥିପାଇଁ ସେ ମୋବାଇଲକୁ ଆସୁଥିବା ମେସେଜକୁ ମଧ୍ୟ କାଟି ଦେଉଥିବା ନିଜେ ସ୍ୱୀକାର କରିଥିଲା।

ଗତ ୬ ମାସ ମଧ୍ୟରେ ସେହି ଯୁବକ ଜଣକ ତାଙ୍କ ଜେଜେ ବାପାଙ୍କ ଆକାଉଣ୍ଟରୁ ପ୍ରାୟ ୨ ଲକ୍ଷ ୩୮ ହଜାର ଟଙ୍କା ଟ୍ରାନ୍ସଫର କରି ପବଜି ଗେମ୍ ଖେଳୁଥିଲା ବୋଲି ସୂଚନା ରହିଛି।

Comment