ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଦେବନି ବିଜେପି। ଫଳରେ ବିଜେଡିର ଚାରିଜଣ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ଯିବା ସୁନିଶ୍ଚିତ ହୋଇଯାଇଛି।

ବୁଧବାର ରାଜ୍ୟ ବିଜେପିର ବିଧାୟକ ଦଳର ନେତା ପ୍ରଦୀପ୍ତ ନାଏକ କହିଛନ୍ତି ଯେ, ତାଙ୍କ ପାଖରେ ରାଜ୍ୟସଭା ପାଇଁ ପ୍ରାର୍ଥୀ ଦେବାକୁ ଆବଶ୍ୟକ ସଂଖ୍ୟକ ଭୋଟ୍ ନାହିଁ। ତେଣୁ ଦଳ ରାଜ୍ୟସଭା ନିର୍ବାଚନ ପାଇଁ କୌଣସି ପ୍ରାର୍ଥୀ ଦେବନି। ଏନେଇ ରାଜ୍ୟ ବିଜେପିକୁ ପାର୍ଲିଆମେଣ୍ଟାରୀ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି।ଏଥିସହିତ ସେ କହିଛନ୍ତି ଯେ, କଂଗ୍ରେସ ମଧ୍ୟ ପ୍ରାର୍ଥୀ ଦେଇନଥିବାରୁ ବିଜେଡି ପ୍ରାର୍ଥୀମାନେ କେବଳ ରାଜ୍ୟସଭାକୁ ଯିବେ। ଏଥିପାଇଁ ଆଉ କୌଣସି ନିର୍ବାଚନ ହେବାର ଆବଶ୍ୟକ ପଡୁନି ବୋଲି ସେ କହିଛନ୍ତି।ବିଜେପିର ଏହି ଘୋଷଣା ପରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ପୁଣିଥରେ ବିଜେପି-ବିଜେଡି ମଧୁର ସମ୍ପର୍କ କଥା ଉଠାଇଛନ୍ତି। ସେ କହିଛନ୍ତି ବିଜେପି ପାଖରେ ଅତିକମରେ ପ୍ରାର୍ଥୀ ଦେବାକୁ ବିଧାୟକ ଅଛନ୍ତି। ତେବେ ସେମାନେ କ’ଣ ପାଇଁ ପ୍ରାର୍ଥୀ ଦେଉନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ବିଜେପି ଓ ବିଜେଡି ମଧ୍ୟରେ ଭିତିରି ବୁଝାମଣା ଅଛି ବୋଲି ସେ କହିଛନ୍ତି।

ବୁଧବାର ବିଜେଡିର ଚାରିଜଣ ରାଜ୍ୟସଭା ପ୍ରାର୍ଥୀ ବୁଧବାର ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସୁବାସ ସିଂହ, ମୁନ୍ନା ଖାଁ, ସୁଜିତ୍ କୁମାର ଓ ମମତା ମହନ୍ତ ନିଜ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏହି ଚାରିଜଣ ନେତା ଏଥର ରାଜ୍ୟସଭା ନିର୍ବାଚନରେ ନିର୍ବାଚିତ ହେବା ଏକପ୍ରକାର ସୁନିଶ୍ଚିତ ହୋଇଯାଇଛି।

Comment