ଓଡ଼ିଶାଲାଇଭ୍ ବ୍ୟୁରୋ

ସମ୍ବଲପୁର ଜିଲ୍ଲା ଏସ୍‌ସି ଏସ୍‌ଟି ଉନ୍ନୟନ ବିଭାଗ ଅଧୀନରେ ଥିବା ବିଭିନ୍ନ ହାଇସ୍କୁଲମାନଙ୍କରେ ସମୁଦାୟ ୨୭ ଜଣ ଶିକ୍ଷକଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଯୋଗ୍ୟ ପ୍ରାର୍ଥୀମାନେ ମାର୍ଚ୍ଚ ୧୬ ତାରିଖ ମଧ୍ୟରେ ଆବେଦନ କରିପାରିବେ।

ପଦବୀ:

  • ଟିଜିଟି (ଆର୍ଟସ) – ୬ଟି ପଦବୀ (ଏସ୍‌ଟି ମହିଳା- ଗୋଟିଏ, ଏସ୍‌ସି- ଗୋଟିଏ, ସାଧାରଣବର୍ଗ- ୩ଟି, ସାଧାରଣବର୍ଗ ମହିଳା -ଗୋଟିଏ)
  • ଟିଜିଟି ସାଇନ୍ସ (ପିସିଏମ୍‌) – ୬ଟି ପଦବୀ (ସାଧାରଣବର୍ଗ ମହିଳା -ଗୋଟିଏ, ଏସ୍‌ଟି- ୨ଟି, ଏସ୍‌ଟି ମହିଳା- ଗୋଟିଏ, ଏସ୍‌ଟି ମହିଳା- ଗୋଟିଏ, ଏସ୍‌ସି- ଗୋଟିଏ)
  • ଟିଜିଟି ସାଇନ୍ସ (ସିବିଜେଡ୍‌) – ୪ଟି ପଦବୀ (ସାଧାରଣବର୍ଗ ମହିଳା -ଗୋଟିଏ, ଏସ୍‌ଟି- ୨ଟି, ଏସ୍‌ସି- ଗୋଟିଏ)
  • ସଂସ୍କୃତ ଟିଚର୍‌ – ୪ଟି ପଦବୀ (ଏସ୍‌ଟି- ୧ଟି, ଏସ୍‌ଟି ମହିଳା- ଗୋଟିଏ, ଏସ୍‌ସି- ଗୋଟିଏ, ଏସ୍‌ସି ମହିଳା – ଗୋଟିଏ)
  • ହିନ୍ଦୀ ଟିଚର୍‌- ୪ଟି ପଦବୀ (ସାଧାରଣବର୍ଗ- ୩ଟି, ସାଧାରଣବର୍ଗ ମହିଳା -ଗୋଟିଏ)
  • ପିଇଟି- ୩ଟି ପଦବୀ (ସାଧାରଣବର୍ଗ- ୨ଟି, ଏସ୍‌ସି ମହିଳା – ଗୋଟିଏ)

ସାଧାରଣ ଯୋଗ୍ୟତା:

  • ଭାରତୀୟ ନାଗରିକ ହୋଇଥିବେ।
  • ଓଡ଼ିଶାର ସ୍ଥାୟୀ ବାସିନ୍ଦା ହେଇଥିବେ।
  • ଓଡ଼ିଶା କହି ଲେଖି ପାରୁଥିବେ।
  • ଦଶମ-ଦ୍ଵାଦଶରେ ଓଡ଼ିଆ ବିଷୟରେ ପାସ୍‌ କରିଥିବେ।

ବୟସ ସୀମା– ୨୦୨୦ ଜାନୁଆରି ୧ ତାରିଖ ସୁଦ୍ଧା ୨୧ରୁ ୩୨ ବର୍ଷ ବୟସ ହୋଇଥିବ।

ଆବେଦନ ପ୍ରକ୍ରିୟା:

ଏହି ପଦବୀ ପାଇଁ ଆଗ୍ରହୀ ପ୍ରାର୍ଥୀମାନେ ନିଜର ଆବେଦନପତ୍ର ପୂରଣ କରି ଆବଶ୍ୟକୀୟ ସମସ୍ତ ଡକ୍ୟୁମେଣ୍ଟସ୍‌କୁ ଡାକ ମାଧ୍ୟମରେ ମାର୍ଚ୍ଚ ୧୬ ସଂଧ୍ୟା ୫.୩୦ ସୁଦ୍ଧା ନିମ୍ନଲିଖିତ ଠିକଣାରେ ଦାଖଲ କରିବାକୁ ହେବ।

ଠିକଣା: ଦି ଡିଷ୍ଟ୍ରିକ୍ଟ ଓ୍ଵେଲ୍‌ଫେୟାର୍‌ ଅଫିସର୍‌, ସମ୍ବଲପୁର, ପିନ୍‌-୭୬୮୦୦୧

ଏହି ନିଯୁକ୍ତି ସମ୍ବନ୍ଧୀୟ ଯୋଗ୍ୟତା, ଚୟନ ପ୍ରକ୍ରିୟା ତଥା ଅଧିକ ତଥ୍ୟ ପାଇଁ sambalpur.nic.in ଓ୍ଵେବ୍‌ସାଇଟ୍‌ରେ ଲଗ୍‌ଇନ୍‌ କରନ୍ତୁ।

source – www.chakiri.plus

Comment