ଓଡ଼ିଶାଲାଇଭ୍ ବ୍ୟୁରୋ

ନ୍ୟୁଜିଲାଣ୍ଡ ପରେ ଏବେ ଦକ୍ଷିଣ ଆଫ୍ରିକା ସହ ସିରିଜ୍ ଲଢ଼ିବ ଟିମ୍ ଇଣ୍ଡିଆ। ଗୁରୁବାର ଦୁଇ ଦଳ ଧର୍ମଶାଳାରେ ପ୍ରଥମ ଦିନିକିଆରେ ମୁହାଁମୁହିଁ ହେବେ।

ଆଇପିଏଲ୍ ପୂର୍ବରୁ ତିନି ମ୍ୟାଚ୍ ବିଶିଷ୍ଟ ଏହି ଦିନିକିଆ ସିରିଜ ଟିମ୍ ଇଣ୍ଡିଆ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ। କାରଣ ଗତ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ଦଳର ପ୍ରଦର୍ଶନ ଅତ୍ୟନ୍ତ ଖରାପଜନକ ରହିଥିଲା। ତେଣୁ ଏହି ସିରିଜରେ ଭଲ ପ୍ରଦର୍ଶନ କରି ଦଳ କମବ୍ୟାକ୍ କରିବାର ଆଶା ରଖିଛି।

ଅନ୍ୟପଟେ ଭାରତୀୟ ଦଳ ଏଥର ନିୟମିତ ଓପନର ରୋହିତ ଶର୍ମାଙ୍କ ବିନା ପଡ଼ିଆକୁ ଓହ୍ଲାଇବ। ଦଳ ପାଖରେ ବିକଳ୍ପ ଓପନର ରହିଥିଲେ ମଧ୍ୟ ରୋହିତଙ୍କୁ ଦଳ ମିସ୍ କରିବ। ତାଙ୍କର ଅନୁପସ୍ଥିତିରେ ଦଳ ପାଇଁ ପୃଥ୍ୱୀ ସ’ ଓ ଶିଖର ଧାୱନ ଓପନିଂ ଭାର ସମ୍ଭାଳିବେ। ଆହତ ସମସ୍ୟାରୁ ଏବେ ଏବେ ମୁକୁଳିଥିବା ଧାୱନଙ୍କ ପାଇଁ ଏହି ସିରିଜ୍ ଗୁରୁତ୍ୱପୂର୍ଣ୍ଣ ହେବ।

ଅନ୍ୟପଟେ ବୋଲିଂରେ ମଧ୍ୟ ଟିମ୍ ଇଣ୍ଡିଆ ଅନେକ ସୁଧାର ଆଣିବାକୁ ଚେଷ୍ଟା କରିବ। ଦଳର ବୋଲିଂ ଲାଇନ୍ ଅପ୍ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନଙ୍କ ଆଗରେ ଫେଲ୍ ମାରିଥିଲା। ତେଣୁ ଜଶପ୍ରୀତ୍ ବୁମରା, ଭୁବନେଶ୍ୱର କୁମାର, ନବଦୀପ ସୈନୀଙ୍କ ବୋଲିଂ ଉପରେ ଏବେ ସମସ୍ତଙ୍କର ନଜର ରହିବ।

ସେହିପରି ଦକ୍ଷିଣ ଆଫ୍ରିକା ମଧ୍ୟ ଅଧିନାୟକ କ୍ୱିଣ୍ଟନ ଡି କକଙ୍କ ନେତୃତ୍ୱରେ ପୁଣି ଏକ ଚମକା ଦେବାକୁ ଲକ୍ଷ୍ୟ ରଖିଛି। ବିଶେଷକରି ଫାପ୍ ଡୁ ପ୍ଲେଲିସ୍, ଡେଭିଡ୍ ମିଲର ଆଦି ଖେଳାଳିମାନେ ଭାରତୀୟଙ୍କ ଖେଳାଳିଙ୍କ ଭାରି ପଡ଼ିବେ ବୋଲି ଜଣାପଡୁଛି।

Comment