ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାତିଲ ହେଲା ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ। କୋରୋନା ଭାଇରସ୍‌ ପାଇଁ ସିରିଜର ବାକି ୨ଟି ମ୍ୟାଚକୁ ବାତିଲ କରାଯାଇଛି। ସିରିଜ ବାତିଲ ନେଇ ଘୋଷଣା କଲା ବିସିସିଆଇ। ଖେଳାଳି ଓ ଦର୍ଶକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ଅବଶିଷ୍ଟ ଦୁଇଟି ମ୍ୟାଚ ଲକ୍ଷ୍ନୌ ଓ କୋଲକାତାରେ ହେବାର ଥିଲା।

ପୂର୍ବରୁ ସିରିଜର ପ୍ରଥମ ମ୍ୟାଚ ଧର୍ମଶାଳାରେ ବର୍ଷା କାରଣରୁ ବାତିଲ ହୋଇଥିଲା। କୋରୋନା ଯୋଗୁଁ ଏହି ସିରିଜର ଦ୍ଵିତୀୟ ମ୍ୟାଚ ବିନା ଦର୍ଶକରେ ଖେଳାଯିବାର ନିଷ୍ପତ୍ତି ହୋଇଥିଲା। ହେଲେ କୋରୋନା ଭାଇରସ୍‌ର ଯୋଗୁଁ ଏହାକୁ ରଦ୍ଦ କରି ଦିଆଯାଇଛି।

କୋରୋନା ଭାଇରସ୍‌ର ପ୍ରଭାବ ଏବେ କ୍ରୀଡ଼ାରେ ଦେଖିବାକୁ ମିଳୁଛି। ପ୍ରଥମେ କୋରୋନା ଯୋଗୁଁ ଆଇପିଏଲକୁ ନେଇ ଆଶଙ୍କା ସୃଷ୍ଟି ହୋଇଥିଲା। ବର୍ତ୍ତମାନ ଆଇପିଏଲ୍‌କୁ ଏପ୍ରିଲ ୧୫ ଯାଏଁ ଘୁଞ୍ଚାଇ ଦିଆଯାଇଛି। ଏବେ ପୁଣି ଦିନିକିଆକୁ ବାତିଲ କରିଦିଆଯାଇଛି।

ବର୍ତ୍ତମାନ ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଭାରତରେ ଏବେ ଯାଏଁ ୮୧ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଗତକାଲି କର୍ଣ୍ଣାଟକରେ ଜଣକର ମୃତ୍ୟୁ ମଧ୍ୟ ହୋଇଛି।

Comment