ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁନ୍ଦରଗଡ଼ ମହୁଲପାଲିସ୍ଥିତ ଦର୍ଶନ ଏକାଡେମୀରେ ନିଯୁକ୍ତି ସୁଯୋଗ। ଟିଜିଟି, ପିଆର୍‌ଟି, ପିଇଟି, ଲାଇବ୍ରେରୀଆନ୍‌, ରିସେପ୍‌ସନିଷ୍ଟ ଆଦି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଏନେଇ ଆବେଦନ କରିପାରିବେ। ବିଜ୍ଞପ୍ତି ବାହାରିବାର ୭ ଦିନ ମଧ୍ୟରେ ଆବେଦନ କରିପାରିବେ।

  • ଟିଜିଟି (ସୋସିଆଲ୍‌ ସାଇନ୍ସ) – ହିଷ୍ଟ୍ରୀ, ପଲିଟିକାଲ୍ ସାଇନ୍ସ, ଜୋଗ୍ରାଫୀ, ଇକୋନୋମିକ୍ସରେ ସ୍ନାତକ କିମ୍ବା ସ୍ନାତକୋତ୍ତର କରିବା ସହ ବି.ଏଡ୍‌ କରିଥିବେ
  • ପିଆର୍‌ଟି (ସାଇନ୍ସ, ଗଣିତ, ଓଡ଼ିଆ, ଇଂରାଜୀ) – ସଂପୃକ୍ତ ବିଷୟରେ ସ୍ନାତକ କରିବା ସହ ବି.ଏଡ୍‌/ଡି.ଏଲ୍‌.ଏଡ୍‌ କରିଥିବେ
  • ଫିଜିକାଲ୍‌ ଏଜୁକେସନ୍‌ ଟିଚର୍‌- ବି.ପି.ଏଡ୍‌/ଏମ୍‌.ପି.ଏଡ୍‌ କରିଥିବେ
  • ପିଆର୍‌ଟି (କମ୍ପ୍ୟୁଟର) – କମ୍ପ୍ୟୁଟର ସାଇନ୍ସରେ ସ୍ନାତକ/ବିସିଏ ସହ ବି.ଏଡ୍‌ ବା ଡି.ଏଲ୍‌.ଏଡ୍‌ କରିଥିବେ
  • ଲାଇବ୍ରେରୀଆନ୍‌- ଲାଇବ୍ରେରୀ ସାଇନ୍ସରେ ସ୍ନାତକ କିମ୍ବା ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବେ
  • ରିସେପ୍‌ସନିଷ୍ଟ (ମହିଳା) – ଅତିକମ୍‌ରେ ସ୍ନାତକ ଡିଗ୍ରୀ ସହ କମ୍ପ୍ୟୁଟରରେ ଜ୍ଞାନ ଥିବା ଦରକାର।

ଆବେଦନ ପ୍ରକ୍ରିୟା

ଆଗ୍ରହୀ ପ୍ରାର୍ଥୀମାନେ ୭ ଦିନ ମଧ୍ୟରେ ନିଜର ବାୟୋଡାଟା jobs@darshanacademy.org କୁ ପଠାଇଦେବେ। ଏହି ବିଜ୍ଞପ୍ତି ମାର୍ଚ୍ଚ ୧୬ରେ ପ୍ରକାଶ ପାଇଛି।

source: www.chakiri.plus

Comment