ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାର୍ଚ୍ଚ ୧୮ ସନ୍ଧ୍ୟା ୬ଟାରୁ ପୂର୍ଣ୍ଣକାଳୀନ ଭାବେ କାର୍ଯ୍ୟକ୍ଷମ ହେବ ୟେସ୍‌ ବ୍ୟାଙ୍କ। ଏନେଇ ୟେସ୍‌ ବ୍ୟାଙ୍କ କର୍ତ୍ତୃପକ୍ଷ ଟୁଇଟ୍‌ କରି ସୂଚନା ଦେଇଛନ୍ତି।

‘’୧୮ ତାରିଖଠାରୁ ବ୍ୟାଙ୍କିଂ ସେବା ପୁଣିଥରେ ଆରମ୍ଭ ହେବ। ୧୯ ତାରିଖରୁ ଗ୍ରାହକମାନେ ଦେଶରେ ଥିବା ୟେସ୍‌ ବ୍ୟାଙ୍କର ୧ ହଜାର ୧୩୨ ଶାଖା ମଧ୍ୟରୁ ଯେ କୌଣସି ଶାଖାକୁ ଗଲେ ସେବା ପାଇ ପାରିବେ। ଗ୍ରାହକମାନେ ପୂର୍ବଭଳି ଡିଜିଟାଲ ସେବା ବି ପାଇ ପାରିବେ’’, ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି ୟେସ୍‌ ବ୍ୟାଙ୍କ କର୍ତ୍ତୃପକ୍ଷ।

ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ୟେସ୍‌ ବ୍ୟାଙ୍କରୁ ଟଙ୍କା ଉଠାଣ ନେଇ କଟକଣା ଜାରି କରିଥିଲେ ରିଜର୍ଭ ବ୍ୟାଙ୍କ। ମାସକୁ ୫୦ ହଜାର ଟଙ୍କା ଉଠାଣ ପାଇଁ କଟକଣା ଜାରି କରାଯାଇଥିଲା। ଏହାକୁ ନେଇ ଗ୍ରାହକମାନଙ୍କ ମନରେ ଭାଳେଣି ପଡ଼ିଥିଲା। ୟେସ୍‌ ବ୍ୟାଙ୍କରେ ଗ୍ରାହକଙ୍କ ଟଙ୍କା ସୁରକ୍ଷିତ କି ନାହିଁ ତାକୁ ନେଇ ପ୍ରଶ୍ନବାଚୀ ଉଠିଥିଲା। ତେବେ ଟଙ୍କା ବୁଡ଼ିବ ନାହିଁ ବୋଲି କେନ୍ଦ୍ର ସରକାର ଏବଂ ଆର୍‌ବିଆଇ କର୍ତ୍ତୃପକ୍ଷ ଆଶ୍ୱାସନା ଦେଇଥିଲେ।

ୟେସ୍‌ ବ୍ୟାଙ୍କ ପୁନରୁଦ୍ଧାର ପାଇଁ ନିକଟରେ କେନ୍ଦ୍ର କ୍ୟାବିନେଟରେ ଏକ ବୋର୍ଡ ଗଠନ ହୋଇଥିଲା। ଖୁବ୍‌ଶୀଘ୍ର ୟେସ୍‌ ବ୍ୟାଙ୍କ କାର୍ଯ୍ୟକ୍ଷମ ହେବ ବୋଲି କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଇଥିଲେ।

Comment