ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି। ଆଗୁଆ ମିଳିବ ୪ ମାସର ଭତ୍ତା। ଏହାଦ୍ୱାରା ୪୮ ଲକ୍ଷ ହିତାଧିକାରୀ ଉପକୃତ ହେବେ। ଏନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି।

ସେ କହିଛନ୍ତି, ‘‘ସାମାଜିକ ସୁରକ୍ଷା ବ୍ୟବସ୍ଥାରେ ହିତାଧିକାରୀଙ୍କୁ ୪ ମାସ ଯଥା ଏପ୍ରିଲ, ମେ’, ଜୁନ୍‌ ଓ ଜୁଲାଇ ମାସର ଭତ୍ତା ଆଗୁଆ ଦିଆଯିବ।”

ମଧୁବାବୁ ପେନ୍‌ସନ୍‌ ଯୋଜନାରେ ୨୪ ଲକ୍ଷ ହିତାଧିକାରୀଙ୍କୁ ଆଗୁଆ ଭତ୍ତା ମିଳୁଥିବା ବେଳେ ଏନ୍‌ଏସ୍‌ଏପି ମାଧ୍ୟମରେ ୨୪ ଲକ୍ଷ ହିତାଧିକାରୀଙ୍କୁ ଭତ୍ତା ଦିଆଯିବ।

Comment