ଓଡ଼ିଶାଲାଇଭ୍ ବ୍ୟୁରୋ

ମାର୍ଚ୍ଚ ୧୯ରୁ ଆରମ୍ଭ ହେବ ମାଟ୍ରିକ୍ ଖାତାଦେଖା। ଖାତା ମୂଲ୍ୟାୟନ ବେଳେ କରୋନାକୁ ନେଇ କଟକଣା ଜାରି କରାଯାଇଛି। ଖାତା ମୂଲ୍ୟାୟନ କେନ୍ଦ୍ରରେ ଗହଳିକୁ ରୋକିବା ପାଇଁ ବିଷୟ ଅନୁସାରେ ଖାତାଦେଖା ହେବ। ଏନେଇ ସମସ୍ତ ଡିଇଓ, ବିଇଓ ଓ ମୁଖ୍ୟ ପରୀକ୍ଷକମାନଙ୍କୁ ଭିଡିଓ କନ୍ଫରେସିଂ ଜରିଆରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ମାର୍ଚ୍ଚ ୧୯ରୁ ଏପ୍ରିଲ ୧୦ ଯାଏଁ ଖାତାଦେଖା ହେବ। ସକାଳ ୮ଟା ୩୦ରୁ ଅପରାହ୍ଣ ୪ଟା ୩୦ ପର୍ଯ୍ୟନ୍ତ ୩ଟି ପର୍ଯ୍ୟାୟରେ ଖାତା ଦେଖା ହେବ। ପରୀକ୍ଷା କେନ୍ଦ୍ରରେ ସାନିଟାଇଜର ବ୍ୟବହାର ସହ ନିଜ ନିଜ ମଧ୍ୟରେ ଦୂରତା ରକ୍ଷା କରିବେ।
ରାଜ୍ୟରେ ୬୨ଟି ମୂଲ୍ୟାୟନ କେନ୍ଦ୍ରରେ ୧୬ ହଜାର ମୂଲ୍ୟାୟନକାରୀ ନିୟୋଜିତ ହେବେ।

















