ଓଡ଼ିଶାଲାଇଭ୍ ବ୍ୟୁରୋ

peter tsai

ଦେଶବ୍ୟାପି କୋରୋନା ଆତଙ୍କ ବଢ଼ିଚାଲିଥିବା ବେଳେ ରକ୍ଷକ ସାଜିଛି N 95 ମାସ୍କ। ଏହା ସହ ଏହାର ବ୍ୟବହାର ଏବଂ ଆବଶ୍ୟକତା ମଧ୍ୟ ବଢ଼ିବାରେ ଲାଗିଛି। ତେବେ ଏହି ସମୟରେ ଏହାର ଉଦ୍ଭାବକଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ଆସନ୍ତୁ ଜାଣିବା N 95 କିଏ ଏବଂ କେବେ ଉଦ୍ଭାବନ କରିଥିଲେ, ଏବଂ ଏହି ସମୟରେ କେଉଁ କାରଣ ଯୋଗୁଁ ତାଙ୍କ ନିଦ ହଜିଛି।

N 95 ମାସ୍କ ୧୯୯୨ ମସିହାରେ ପିଟର ସ୍ତାଇ ନାମକ ଜଣେ ବୈଜ୍ଞାନିକ ତିଆରି କରିଥିଲେ। ତାଇବାନର ଏକ ଗରିବ କୃଷକ ଘରେ ପିଟରଙ୍କ ଜନ୍ମ। ହାଇ ସ୍କୁଲ ଶେଷ କରି ପ୍ରାନ୍ତୀୟ ତାଇପେ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜୀରେ କେମିକାଲ ଫାଇବର ଇଞ୍ଜିନିୟରିଂ ପଢ଼ିଥିଲେ। ପେଶାରେ ସେ ଥିଲେ ଜଣେ ବୈଜ୍ଞାନିକ। ୧୯୯୨ ମସିହାରେ N 95 ମାସ୍କ ତିଆରି କଲାବେଳେ ସେ ଯେଉଁ ଚାର୍ଜିଂ ଟେକ୍ନିକ୍ ବ୍ୟବହାର କରିଥିଲେ ସେସମୟରେ ତାହାକୁ “କୋରୋନା ଚାର୍ଜିଂ” କୁହାଯାଉଥିଲା। ଏହି ମାସ୍କରେ ମାଇକ୍ରୋଫାଇବ୍ରୋସ୍ ଉପରେ ଇଲେକ୍ଟ୍ରୋଷ୍ଟାଟିକ୍ ଚାର୍ଜିଂ ଥାଏ ଯାହା ଏହାର ଫିଲ୍ଟର ଦକ୍ଷତାକୁ ବଢ଼ାଇଥାଏ ଏବଂ ଅତିରୁ ଅତି ଛୋଟ କୀଟାଣୁ ବା ଜୀବାଣୁଙ୍କୁ ପ୍ରଶ୍ୱାସ ଦେଇ ଶରୀର ଭିତରକୁ ଯିବାକୁ ଦିଏ ନାହିଁ।

N-95 mask

ପିଟରଙ୍କୁ ବର୍ତ୍ତମାନ ୬୮ ବର୍ଷ ଏବଂ ସେ ୨୦୨୦ ଜାନୁଆରି ମାସରେ ଅବସର ନେଲେ। କିନ୍ତୁ ଯେବେଠୁ କୋରୋନା ପରିସ୍ଥିତି ଭୟାବହ ରୂପ ନେବା ଆରମ୍ଭ କଲା ସେବେଠୁ ପିଟରଙ୍କ ଆଖିରୁ ନିଦ ହଜିଯାଇଛି। ସାରା ବିଶ୍ୱରୁ ବହୁଳ ପରିମାଣରେ ଇମେଲ୍ ଆଉ ମେସେଜ୍ ଆସିବାରେ ଲାଗିଛି। N 95 ମାସ୍କର ଆବଶ୍ୟକତା ଏବଂ ଅଭାବକୁ ଦେଖି  ସମସ୍ତେ ଜାଣିବାକୁ ଚାହୁଛନ୍ତି ଏହି ମାସ୍କର ପୁନଃ ବ୍ୟବହାର କିପରି କରିବେ। ଏପରିକି ଡାକ୍ତରମାନେ ମଧ୍ୟ ଗୋଟିଏ ମାସ୍କକୁ ବାରମ୍ବାର ବ୍ୟବହାର କରି କାମ କରୁଛନ୍ତି।

people with N-95 mask

ତେଣୁ ସେବେଠୁ ଏହି ରିସର୍ଚ୍ଚରେ ଲାଗିପଡ଼ିଛନ୍ତି ପିଟର। ପିଟରଙ୍କ କହିବା ଅନୁଯାୟୀ ଏହି ମାସ୍କକୁ ୭୦ ଡିଗ୍ରୀ ସେଲସିୟସରେ ଏକ ଘଣ୍ଟା ପାଇଁ ଗରମ କରିବା ପରେ ଏହାକୁ ପୁଣି ବ୍ୟବହାର କରିହେବ। ଏହି ମାସ୍କର ବଢ଼ିଚାଲିଥିବା ଆବଶ୍ୟକତାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସୁଦ୍ଧା ଉପଲବ୍ଧ ଥିବା ମାସ୍କକୁ କେମିତି ସୁରକ୍ଷାର ସହ ପୁନଃ ବ୍ୟବହାର କରିହେବ ତାହାର ବାଟ କାଢ଼ିଛନ୍ତି ପିଟର।

Comment