ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ପାଇଁ ଆଉ ଏକ ଖୁସି ଖବର। ଟୋକିଓ ଅଲିମ୍ପିକ୍ସର ରେସଲିଙ୍ଗ ପ୍ରତିଯୋଗିତାରେ ରୌପ୍ୟ ପଦକ ପାଇଁ ନିଜ ନାମ ସୁନିଶ୍ଚିତ କରିଛନ୍ତି ରେସଲର ରବି ଦହିଆ। ଆଜି ସେମିଫାଇନାଲରେ କାଜାଖସ୍ତାନର ପ୍ରତିଯୋଗୀ ନୁରିସ୍ଲାମକୁ ହରାଇ ସେ ଫାଇନାଲରେ ପ୍ରବେଶ କରିଛନ୍ତି। ଫାଇନାଲ ଜିତିଲେ ସ୍ଵର୍ଣ୍ଣ ପଦକ ଆଣି ଭାରତକୁ ଗର୍ବିତ କରିବେ ବୋଲି ସମସ୍ତେ ଆଶା ରଖିଛନ୍ତି।ରେସଲର ରବି ଦହିଆ ଭାରତକୁ ଚତୁର୍ଥ ପଦକ ଦେବେ। ୨୦୧୨ରେ ସୁଶୀଲ କୁମାରଙ୍କ ପରେ ରେସଲିଙ୍ଗରେ ରୌପ୍ୟପଦକ ଜିତାଇଥିବା ଦହିୟା ହେଉଛନ୍ତି ଦ୍ଵିତୀୟ ଭାରତୀୟ ଖେଳାଳି। ଯଦି ସେ ଫାଇନାଲ ମ୍ୟାଚରେ ବିଜୟ ହୋଇ ସ୍ୱର୍ଣ୍ଣ ଜିତନ୍ତି, ତେବେ ଭାରତୀୟ ରେସଲିଙ୍ଗ ପାଇଁ ନୂଆ ଇତିହାସ ସୃଷ୍ଟି କରିବେ। ଆଜି ସୁଦ୍ଧା କୌଣସି ବି ରେସଲର ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ନାହାଁନ୍ତି।ଅନ୍ୟପଟେ ଦିନ ୩.୩୦ରୁ ଆରମ୍ଭ ହୋଇଯାଇଛି ମହିଳା ହକି ପ୍ରତିଯୋଗିତା। ସେମିଫାଇନାଲ ରାଉଣ୍ଡରେ ଭାରତୀୟ ମହିଳା ହକି ଟିମ୍ ବିପକ୍ଷରେ ଖେଳୁଛି ଆର୍ଜେଟିନା। ଖେଳ ଆରମ୍ଭ ହେବାର ୨ମିନିଟ୍ ମଧ୍ୟରେ ପ୍ରଥମ ଗୋଲ୍ ଦେଇଛି ଭାରତ। ସମଗ୍ର ଦେଶବାସୀଙ୍କ ନଜର ଏବେ ଭାରତୀୟ ମହିଳା ହକି ଟିମ୍ ଉପରେ।

Comment