ଓଡ଼ିଶାଲାଇଭ୍ ବ୍ୟୁରୋ

ଟୋକିଓ ଅଲିମ୍ପିକ୍ସ ପରେ ଏବେ ଟୋକିଓ ପାରାଲିମ୍ପିକ୍ସ ପଦକ ଉପରେ ଦେଶବାସୀଙ୍କ ନଜର। ତେବେ ଏହି ଖେଳ କେବେଠାରୁ ଭାରତରେ ଆରମ୍ଭ ହୋଇଥିଲା ଏବଂ କେଉଁ ପାରା ଆଥଲେଟମାନେ ଦେଶକୁ ପଦକ ଉପହାର ଦେଇଛନ୍ତି, ସେମାନଙ୍କ ସମ୍ପର୍କରେ ଜାଣନ୍ତୁ।

ଟୋକିଓ ଅଲିମ୍ପିକ୍ସ ପରେ ଏବେ ସମଗ୍ର ଦେଶବାସୀଙ୍କ ନଜର ଟୋକିଓ ପାରା ଅଲିମ୍ପିକ୍ସ ଉପରେ ରହିଛି। ତେବେ ଅଗଷ୍ଟ ୨୪ରୁ ଟୋକିଓରେ ପାରା ଅଲିମ୍ପିକ୍ସ ଆରମ୍ଭ ହେବାକୁ ଯାଉଛି। ଏହି ଅଲିମ୍ପିକ୍ସ ଡିସେମ୍ବର ୫ ପର୍ଯ୍ୟନ୍ତ ଚାଲିବ। ଚଳିତ ବର୍ଷ ଭାରତର ୫୪ଜଣ ପାରା ଆଥଲେଟ୍ ୯ଟି ଇଭେଣ୍ଟରେ ସାମିଲ ହେବା ନେଇ ସୂଚନା ରହିଛି।

ଭାରତ ଖେଳିଥିବା ପାରା ଅଲିମ୍ପିକ୍ସ

୧୯୬୦ ମସିହାରୁ ଏହି ଖେଳ ଆରମ୍ଭ ହୋଇଥିଲା। କିନ୍ତୁ ଭାରତ ୧୯୬୮ ମସିହାରେ ଇସ୍ରାଏଲର ତେଲ ଅବିବିଠାରେ ହୋଇଥିବା ପାରା ଅଲିମ୍ପିକ୍ସରେ ପ୍ରଥମଥର ପାଇଁ ଭାଗ ନେଇଥିଲା। ଏହାପରେ  ୧୯୮୪ ପରଠାରୁ ଭାରତର ଖେଳାଳିମାନେ ଲଗାତାର ପାରା ଅଲିମ୍ପିକ୍ସରେ ଭାଗ ନେଇଆସୁଛନ୍ତି। ଏପର୍ଯ୍ୟନ୍ତ ଦେଶ ପ୍ରାୟ ୧୧ଟି ପାରା ଅଲିମ୍ପିକ୍ସରେ ଭାଗ ନେଇ ୪ଟି ସ୍ଵର୍ଣ୍ଣ, ୪ଟି ରୌପ୍ୟ  ଏବଂ ୪ଟି ବ୍ରୋଞ୍ଜ ପଦକ ହାସଲ କରିସାରିଛି।

ରିଓ ପାରା ଅଲିମ୍ପିକ୍ସରେ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ

୨୦୧୬ ମସିହାରେ ହୋଇଥିବା ରିଓ ଅଲିମ୍ପିକ୍ସରେ ଭାରତ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲା। ଖେଳାଳିମାନେ ବିଭିନ୍ନ ପ୍ରତିଯୋଗିତାରେ ସଫଳତା ହାସଲ କରି ଦୁଇଟି ସ୍ଵର୍ଣ୍ଣ, ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ଦେଶକୁ ଉପହାର ଦେଇଥିଲେ। ତେବେ ଚଳିତ ବର୍ଷ ଟୋକିଓ ପାରା ଅଲିମ୍ପିକ୍ସରେ ଦେଶ ଭଲ ପ୍ରଦର୍ଶନ କରିବ ବୋଲି ସମସ୍ତେ ଆଶାବାଦୀ ଅଛନ୍ତି।କେଉଁ ପ୍ରତିଯୋଗିତାରେ ଭାଗ ନେବେ ଭାରତୀୟ ଖେଳାଳି?

ଅଗଷ୍ଟ ୨୪ରେ ହେବାକୁ ଥିବା ଟୋକିଓ ପାରା ଅଲିମ୍ପିକ୍ସରେ ଭାରତର ପାରା ଆଥଲେଟମାନେ ସମୁଦାୟ ୯ଟି ଇଭେଣ୍ଟରେ ନିଜର କମାଲ୍ ଦେଖାଇବେ। ସେଗୁଡ଼ିକ ହେଲ ଟେବୁଲ ଟେନିସ, ସନ୍ତରଣ, ତୀରନ୍ଦାଜ, କେନୋଇଙ୍ଗ, ଆଥେଲେଟିକ୍ସ, ବନ୍ଧୁକ ଚାଳନା, ବ୍ୟାଡମିଣ୍ଟନ, ଭାରୋତ୍ତଳନ ଏବଂ ତାଇକୋଣ୍ଡୋ।

ଅଗଷ୍ଟ ୨୪ ଉଦଘାଟନୀ ଉତ୍ସବରେ ସାମିଲ ହେବେ ୧୧ଭାରତୀୟ

ଟୋକିଓ ପାରାଲିମ୍ପିକ୍ସ ମଙ୍ଗଳବାରଠାରୁ ଆରମ୍ଭ ହେବ। ଏହାର ଉଦ୍‌ଘାଟନୀ ଉତ୍ସବରେ ଭାରତୀୟ ଦଳରୁ ସମୁଦାୟ ୧୧ଜଣ ସଦସ୍ୟ ସାମିଲ ହେବେ। ସେମାନଙ୍କ ମଧ୍ୟରେ ୫ଜଣ ଆଥଲେଟ ହୋଇଥିବାବେଳେ ଆଉ ୬ଜଣ ଅଫିସିଆଲ କର୍ମଚାରୀ ରହିଛନ୍ତି। ଇତିମଧ୍ୟରେ ଦୁଇଟି ପର୍ଯ୍ୟାୟରେ ଭାରତୀୟ ଆଥଲେଟ୍‌ ଟୋକିଓରେ ପହଞ୍ଚି ସାରିଥିବାବେଳେ ଆଉ ଏକ ପର୍ଯ୍ୟାୟରେ ଆଉ କିଛି ପାରା ଆଥଲେଟ ଟୋକିଓ ଯିବାର ବ୍ୟବସ୍ଥା ରହିଛି। ତେବେ ଉଦ୍‌ଘାଟନୀ ଉତ୍ସବରେ ଜାପାନ ସମ୍ରାଟ ନାରୁହିତୋ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିବେ।

ପାରା ଅଲିମ୍ପିକ୍ସରେ ପଦକ ବିଜେତା ଖେଳାଳିଦୀପା ମଲ୍ଲିକ

୨୦୧୬ ରିଓ ପାରା ଅଲିମ୍ପିକ୍ସରେ ସଟପୁଟର ଏଫ-୫୩ ଇଭେଣ୍ଟରେ ଦେଶକୁ ରୌପ୍ୟ ଉପହାର ଦେଇଥିଲେ। ଭାରତର ଏକମାତ୍ର ମହିଳା ଖେଳାଳିଭାବେ ସେ ପଦକ ଜିତି ଦେଶକୁ ଗର୍ବିତ କରିଥିଲେ। ଏଥିପାଇଁ ତାଙ୍କୁ ୨୦୨୦ ମସିହାରେ ଭାରତୀୟ ପାରା ଅଲିମ୍ପିକ୍ସ ସମିତିର ଅଧ୍ୟକ୍ଷ ଭାବେ ଚୟନ କରାଯାଇଥିଲା। ଏହାପରେ ଦୀପା ଖେଳରୁ ସନ୍ନ୍ୟାସ ନେଇଥିଲେ।

ଜୋଗିନ୍ଦର ସିଂ ବେଦୀ

ଜୋଗିନ୍ଦର ସିଂ ବେଦୀ ହେଉଛନ୍ତି ଏଭଳି ଜଣେ ପାରା ଆଥଲେଟ୍, ଯିଏ ଦେଶକୁ ସବୁଠାରୁ ଅଧିକ ପଦକ ଉପହାର ଦେଇଛନ୍ତି। ୧୯୮୪ରେ ନ୍ୟୁୟର୍କଠାରେ ଅନୁଷ୍ଠିତ ହୋଇଥିବା ପାରା ଅଲିମ୍ପିକ୍ସରେ ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରିଥିଲେ।

ଭୀମରାଓ କେସରକର

ଭୀମରାଓ କେସରକର ମଧ୍ୟ ୧୯୮୪ ମସିହାରେ ଜାଭେଲିନ ଥ୍ରୋରେ ଭଲ ପ୍ରଦର୍ଶନ କରି ରୌପ୍ୟ ପଦକ ହାତେଇଥିଲେ। ଏଥିସହ ୧୦୦ ମିଟର ଫ୍ରି-ଷ୍ଟାଇଲରେ ଏଲ-୬ ଇଭେଣ୍ଟରେ ଭାଗ ନେଇଥିଲେ। କିନ୍ତୁ ଦୁର୍ଭାଗ୍ୟ ବସତଃ ସେ ପଞ୍ଚମସ୍ଥାନରେ ରହିଥିଲେ।ଦେବେନ୍ଦ୍ର ଝାଝରିୟା

ପାରା ଅଲିମ୍ପିକ୍ସରେ ଦୁଇଟି ସ୍ବର୍ଣ୍ଣ ପଦକ ହାସଲ କରିଥିବା ଏକମାତ୍ର ଭାରତୀୟ ଖେଳାଳି ହେଉଛନ୍ତି ଦେବେନ୍ଦ୍ର ଝାଝରିୟା। ୨୦୦୪ ଏବଂ ୨୦୧୬ ପାରାଲିମ୍ପିକ୍ସରେ ଭାଜେଲିନ ଥ୍ରୋ ପ୍ରତିଯୋଗିତାରେ ସେ ଭଲ ପ୍ରଦର୍ଶନ କରି ଏହି ପଦକ ହାସଲ କରିପାରିଥିଲେ।

ରାଜିନ୍ଦର ସିଂ ରାହେଲୁ

୨୦୧୬ରେ ହୋଇଥିବା ଏଥେନ୍ସ ପାରାଲିମ୍ପିକ୍ସରେ ଅଂଶଗ୍ରହଣ କରି ବ୍ରୋଞ୍ଜ ପଦକ ହାସଲ କରିଥିଲେ ରାଜିନ୍ଦର ସିଂ ରାହେଲୁ। ଏଥିସହ ସେ ୨୦୦୮ରେ ବିଜିଙ୍ଗ ପାରାଲିମ୍ପିକ୍ସରେ ଭାଗ ନେଇ ପଞ୍ଚମ ସ୍ଥାନରେ ରହିଥିଲେ।

ଗିରୀଶା ଏନ.ଗୌଡ଼ା

୨୦୧୨ରେ ଲଣ୍ଡନରେ ଅନୁଷ୍ଠିତ ହୋଇଥିବା ପାରାଲିମ୍ପିକ୍ସରେ ଭାରକୁ ଏକମାତ୍ର ପଦକ ଉପହାର ଦେଇଥିଲେ ଗିରୀଶା ଏନ.ଗୌଡ଼ା। ସେ ରୌପ୍ୟ ପଦକ ହାସଲ କରି ଦେଶକୁ ଗର୍ବିତ କରିଥିଲେ।ମୂରଲୀକାନ୍ତ ପେଟକର

୧୯୭୨ ମସିହାରେ ପାରା ଅଲିମ୍ପିକ୍ସରେ ଦେଶକୁ ପ୍ରଥମ ସ୍ଵର୍ଣ୍ଣ ପଦକ ଉପହାର ଦେଇଥିଲେ ମୂରଲୀକାନ୍ତ ପେଟକର। ସେ କେବଳ ଜଣେ ପଦକ ବିଜେତା ଆଥଲେଟ୍ ନଥିଲେ, ସେ ଏହା ପୂର୍ବରୁ ଭାରତୀୟ ସେନାରେ ମଧ୍ୟ କାମ କରୁଥିଲେ। ୧୯୬୫ ମସିହାରେ ଭାରତ-ପାକ୍ ମଧ୍ୟରେ ହୋଇଥିବା ଯୁଦ୍ଧରେ ପେଟକରଙ୍କୁ ଗୋଟିଏ ଗୋଡ଼ ହରାଇବାକୁ ପଡ଼ିଥିଲା। କିନ୍ତୁ ସେ ସେଥିରେ ହାରିନଯାଇ ଭାରତକୁ ପ୍ରଥମ ପଦକ ଦେବାରେ ସଫଳ ହୋଇଥିଲେ।

ମରିୟପ୍ପନ ଥଙ୍ଗାବେଲୁ

ତାମିଲନାଡ଼ୁବାସୀ ମରିୟପ୍ପନ ଥଙ୍ଗାବେଲୁ ୨୦୧୬ ରିଓ ପାରା ଅଲିମ୍ପିକ୍ସରେ ଦେଶକୁ ସ୍ବର୍ଣ୍ଣ ପଦକ ଉପହାର ଦେଇଥିଲେ। ଚଳିତ ବର୍ଷ ଟୋକିଓ ପାରାଲିମ୍ପିକ୍ସ ଉଦଘାଟନୀ ସମାରୋହରେ ମରିୟପ୍ପନ ଥଙ୍ଗାବେଲୁ ଭାରତୀୟ ଦଳ ତରଫରୁ ତ୍ରିରଙ୍ଗା ଧରିବେ।

Comment