ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା କାଳରେ ପ୍ରାୟ ୧ ବର୍ଷ ବିତିଲାଣି। କିନ୍ତୁ କରୋନା ଏବେ ବି ସକ୍ରିୟ ରହିଛି। କରୋନା କାଳରେ ଜରୁରୀ ସେବା ପ୍ରଦାନକାରୀ କାର୍ଯ୍ୟାଳୟରେ କର୍ମଚାରୀମାନେ କାର୍ଯ୍ୟ ଜାରି ରଖିଛନ୍ତି।  ବିଭିନ୍ନ ଜରୁରୀକାଳୀନ ସେବା ବିଭାଗ, ପୋଲିସ, ମିଡିଆ ଏବଂ ଅନ୍ୟ କ୍ଷେତ୍ର ଭିତରେ ବ୍ୟାଙ୍କିଙ୍ଗ୍‌, ଟେଲିକମ୍‌ ଆଦି ଖୋଲା ରହିଛି। ଏଭଳି ବିପତ୍ତି ସମୟରେ ସେମାନେ ଆମର ଲାଇଫ୍‌ଲାଇନ୍‌ ହୋଇପାରିଛନ୍ତି।

ଆସନ୍ତୁ ଜାଣିବା କାର୍ଯ୍ୟାଳୟକୁ ପରିଚାଳନା କଲାବେଳେ କେଉଁ ବିଷୟ ଉପରେ ଧ୍ୟାନ ଦେବେ:

  • ଅଫିସର ସମ୍ପୂର୍ଣ୍ଣ ପରିସର ସଫା ସୁତରା ରଖନ୍ତୁ।
  • ଅଫିସରେ କାମ କରୁଥିବା ସମସ୍ତ କର୍ମଚାରୀ ବା ଅଫିସକୁ ଆସୁଥିବା ଭିଜିଟରମାନେ ପ୍ରବେଶ ବେଳେ ସାବୁନ ବା ସାନିଟାଇଜରରେ ହାତ ଧୋଇବାକୁ ପରାମର୍ଶ ଦିଅନ୍ତୁ।
  • ବାୟୋମେଟ୍ରିକ୍‌ ଉପସ୍ଥାନ ବ୍ୟବସ୍ଥା ସଂପୂର୍ଣ୍ଣ ବନ୍ଦ କରନ୍ତୁ।
  • ସହକର୍ମୀଙ୍କ ସହ ହାତ ମିଳାନ୍ତୁ ନାହିଁ। ଏପରିକି କାମ କଲାବେଳେ ପରସ୍ପରଠାରୁ ପ୍ରାୟ ୨ ମିଟର ଦୂରତା ରକ୍ଷା କରନ୍ତୁ।
  • କୌଣସି କର୍ମଚାରୀଙ୍କର ଥଣ୍ଡା ଜ୍ୱର ବା କାଶ ହେଉଥିଲେ ତାଙ୍କୁ ଛୁଟିରେ ରହିବା ପାଇଁ ପରାମର୍ଶ ଦିଅନ୍ତୁ କିମ୍ବା ଘରୁ କାମ କରିବାକୁ କହନ୍ତୁ।
  • ଯେତେଦୂର ସମ୍ଭବ ଅଧିକାଂଶ କର୍ମଚାରୀଙ୍କୁ ଘରୁ କାମ କରିବାର ବ୍ୟବସ୍ଥା କରନ୍ତୁ।
  • ଯେଉଁ କର୍ମଚାରୀ ନ ଆସିଲେ ଚଳିବ ତାଙ୍କୁ ଛୁଟି ଦେଇଦିଅନ୍ତୁ।
  • ୪ ବା ୫ ଜଣରୁ ଅଧିକ ଲୋକ ଏକାଠି ବସି ମିଟିଂକୁ ଏଡ଼ାଇବାକୁ ଚେଷ୍ଟା କରନ୍ତୁ। ମିଟିଂ ବେଳେ ସାମାଜିକ ଦୂରତା ସୁନିଶ୍ଚିତ କରନ୍ତୁ।
  • କୌଣସି କର୍ମଚାରୀ କରୋନା ପ୍ରଭାବିତ ଅଞ୍ଚଳକୁ ବା ଡାକ୍ତରଖାନାକୁ ଯିବା ଆସିବା କରୁଥିଲେ ଆବଶ୍ୟକ ପ୍ରୋଟୋକଲ୍‌ ସୁନିଶ୍ଚିତ କରନ୍ତୁ।
  • ଲାପ୍‌ଟପ୍‌, କିବୋର୍ଡ ବା ମୋବାଇଲ ଫୋନ୍‌ ପରସ୍ପର ସହ ସେୟାର କରନ୍ତୁ ନାହିଁ।
  • କରୋନା ପ୍ରଭାବିତ ଅଞ୍ଚଳ ବା ଡାକ୍ତରଖାନା ସହ ସଂପୃକ୍ତ କର୍ମଚାରୀଙ୍କ ମନୋବଳ ଟାଣ କରି ରଖନ୍ତୁ। ସେମାନଙ୍କ ସହ ଫୋନରେ ବା ଅନ୍ୟ ଡିଜିଟାଲ୍‌ ମାଧ୍ୟମରେ ଯୋଡ଼ିହୋଇ ରହନ୍ତୁ। ସେମାନଙ୍କ ଛୋଟ ବଡ଼ ସମସ୍ୟାକୁ ଶୁଣନ୍ତୁ ଏବଂ ତାହାର ସମାଧାନକୁ ସୁନିଶ୍ଚିତ କରନ୍ତୁ।
  • ୨୪ ଘଣ୍ଟିଆ ଅଫିସ ଚାଲୁ ଥିଲେ ଦେଖନ୍ତୁ ଯେପରି ରିଲିଭର୍‌ ବ୍ୟବସ୍ଥା ଠିକ୍‌ରେ ଚାଲିଛି। ତେଣୁ କାହାକୁ ଲମ୍ବା ସମୟ ପର୍ଯ୍ୟନ୍ତ କାମ କରିବାକୁ ପଡ଼ୁଥିଲେ ତାଙ୍କର ମାନସିକ ଅବସ୍ଥା ଏବଂ ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।
  • ଅଫିସରେ ପିଇବା ପାଣି ସହ ବିସ୍କୁଟ୍‌ ବା ସେହଭଳି କିଛି ଶୁଖିଲା ଖାଦ୍ୟ ବ୍ୟବସ୍ଥା ସୁନିଶ୍ଚିତ କରନ୍ତୁ।

କଂପାନିର ମୁଖ୍ୟ ବା ଟିମ୍‌ ଲିଡର ଏସବୁ ବିଷୟ ନିଜେ ପାଳନ କରିବା ସହ ଦେଖିବା ଦରକାର ଯେ ଅଫିସରେ ଏବଂ ଫିଲ୍ଡରେ କାମ କରୁଥିବା ସବୁ ସଦସ୍ୟ ଏହା ପାଳନ କରୁଛନ୍ତି। ଏ ସମୟରେ ସମସ୍ତଙ୍କ ସହ ସଦୟ ବ୍ୟବହାର ଦେଖାନ୍ତୁ ଏବଂ ସମସ୍ତଙ୍କ ସହଯୋଗ ନେଇ କରୋନାର ମୁକାବିଲା କରନ୍ତୁ।

Comment