ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ବିଜେଡିର ଚାରିଜଣ ପ୍ରାର୍ଥୀ। ମଙ୍ଗଳବାର ବିଧାନସଭା ପରିସରରେ ରାଜ୍ୟସଭା ନିର୍ବାଚନର ରିଟର୍ଣ୍ଣିଂ ଅଫିସର ଚାରିଜଣ ପ୍ରାର୍ଥୀଙ୍କୁ ତାଙ୍କର ସାଂସଦ ହେବାର ସାର୍ଟିଫିକେଟ୍ ପ୍ରଦାନ କରିଛନ୍ତି।

ବିଜେଡିର ଚାରିଜଣ ପ୍ରାର୍ଥୀ ସୁବାସ ସିଂହ, ମୁନ୍ନା ଖାଁ, ସୁଜିତ୍ କୁମାର ଓ ମମତା ମହାନ୍ତଙ୍କୁ ରିଟର୍ଣ୍ଣଂ ଅଫିସର ଏହି ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି। ରାଜ୍ୟସଭା ନିର୍ବାଚନ ପାଇଁ ଆଉ ଅଧିକ ପ୍ରାର୍ଥୀ ନଥିବାରୁ ମାର୍ଚ୍ଚ ୨୬ ତାରିଖରେ ଆଉ ନିର୍ବାଚନ ହେବ ନାହିଁ। ବିଜେଡିର ଏହି ପ୍ରାର୍ଥୀମାନେ ନିର୍ଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି।ପ୍ରାର୍ଥୀମାନଙ୍କୁ ନିର୍ବାଚନ ରିଟର୍ଣ୍ଣିଂ ଅଫିସର ଯେଉଁ ସାର୍ଟିଫିକେଟ୍ ପ୍ରଦାନ କରିଛନ୍ତି ତାକୁ ନେଇ ସେମାନେ ରାଜ୍ୟସଭା ଅଧ୍ୟକ୍ଷଙ୍କ ପାଖରେ ଦାଖଲ କରିବେ। ଏହାପରେ ସେମାନେ ରାଜ୍ୟସଭା ସାଂସଦ ଭାବେ ଗୃହରେ ଶପଥ ଗ୍ରହଣ କରିବେ।

ରାଜ୍ୟର ଖାଲିଥିବା ୪ଟି ରାଜ୍ୟସଭା ଆସନ ପାଇଁ କେବଳର ବିଜେଡିର ପ୍ରାର୍ଥୀମାନେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ବିଜେପି କିମ୍ବା କଂଗ୍ରେସ କେହି ବି ଏଥିପାଇଁ ପ୍ରାର୍ଥୀ ଦେଇନଥିଲେ। ଯେଉଁ କାରଣରୁ ବିଜେଡିର ଚାରିଜଣ ପ୍ରାର୍ଥୀ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି।

Comment