ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ଷ୍ଟେଟ୍ ବେଭେରେଜ୍ କର୍ପୋରେସନ୍ ଲିମିଟେଡରେ କମ୍ପାନି ସେକ୍ରେଟାରୀ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆସନ୍ତା ମାର୍ଚ୍ଚ ୩୦ ଦିନ ମଧ୍ୟରେ ଆଗ୍ରହୀ ପ୍ରାର୍ଥୀମାନେ ଆବେଦନ କରିପାରିବେ।

ଯୋଗ୍ୟତା– ଇନଷ୍ଟିଚ୍ୟୁଟ୍ ଅଫ୍ କମ୍ପାନି ସେକ୍ରେଟାରୀ ଅଫ୍ ଇଣ୍ଡିଆର ACS/FCS ଡିଗ୍ରୀ (ଆଇନ୍) ହାସଲ କରିବା ସହ ସଂପୃକ୍ତ ପଦବୀରେ ଅତିକମରେ ୫ ବର୍ଷ କାର୍ଯ୍ୟ କରିବାର ଅଭିଜ୍ଞତା ଥିବା ଆବଶ୍ୟକ।

ବୟସ- ୨୦୨୦ ମାର୍ଚ୍ଚ ୧୮ ସୁଦ୍ଧା ଅତିବେଶୀରେ ୪୫ ବର୍ଷ

ଦରମା– ୫୬,୧୦୦ରୁ ୧,୭୭,୫୦୦ ଟଙ୍କା

ଆବେଦନ ପ୍ରକ୍ରିୟା:

ଏହି ବିଜ୍ଞପ୍ତି ମାର୍ଚ୍ଚ ୧୮ ରେ ପ୍ରକାଶ ପାଇଛି। ପ୍ରାର୍ଥୀମାନେ ଏହାର ୩୦ ଦିନ ମଧ୍ୟରେ ନିଦର ଆବେଦନପତ୍ର ଏବଂ ପାସପୋର୍ଟ ସାଇଜ୍ ଫଟୋ ନିମ୍ନଲିଖିତ ଠିକଣାରେ ପଠାଇଦେବେ।

  • ଠିକଣା– ପ୍ରିନ୍ସିପାଲ୍ ସେକ୍ରେଟାରୀ ଟୁ ଗଭର୍ଣ୍ଣମେଣ୍ଟ, ପବ୍ଲିକ୍ ଏଣ୍ଟରପ୍ରାଇଜେସ୍ ଡିପାର୍ଟମେଣ୍ଟ, ଓଡ଼ିଶା ଟେକ୍ରେଟାରୀଏଟ୍, ଭୁବନେଶ୍ୱର- ୭୫୧୦୦୧
  • ଇ ମେଲ୍– dpesec@nic.in

ଏହି ନିଯୁକ୍ତି ସଂପର୍କରେ ଅଧିକ ସୂଚନା ପାଇଁ pe.odisha.gov.in ରେ କ୍ଲିକ୍ କରନ୍ତୁ।

LEAVE A REPLY

Please enter your comment!
Please enter your name here