ଓଡ଼ିଶାଲାଇଭ୍ ବ୍ୟୁରୋ
ବ୍ରହ୍ମପୁର ୟୁନିଭର୍ସିଟି ଅଧୀନସ୍ଥ ଓ୍ଵମେନ୍ ଷ୍ଟଡିଜ୍ ରିସର୍ଚ ସେଣ୍ଟର (WSRC) ରେ ଆସିଷ୍ଟାଣ୍ଟ ପ୍ରଫେସର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆବେଦନ ପ୍ରକ୍ରିୟା ଆସନ୍ତା ଏପ୍ରିଲ୍ ୧୫ ଯାଏଁ ଚାଲୁରହିବ। ପୂର୍ବ ସୂଚନା ଅନୁଯାୟୀ ଏହି ନିଯୁକ୍ତି ପାଇଁ ଆବେଦନର ଶେଷ ତାରିଖ ମାର୍ଚ୍ଚ ୩୧ ଥିଲା।
ଶିକ୍ଷାଗତ ଯୋଗ୍ୟତା:
- ୫୫% ସହ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବେ
- ଏନ୍ଇଟି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବେ
- ଓ୍ଵମେନ୍ ଷ୍ଟଡିଜ୍ କିମ୍ବା ସମ୍ବନ୍ଧୀତ ବିଷୟରେ ଦକ୍ଷତା ହାସଲ କରିଥିବେ
- ଆବେଦନ ପ୍ରକ୍ରିୟା:
- ଇଚ୍ଛୁକ ପ୍ରାର୍ଥୀମାନେ ନିଜ ଆବେଦନର ପତ୍ରର ୭ଟି କପି, ସମସ୍ତ ଶିକ୍ଷାଗତ ସାର୍ଟିଫିକେଟ୍ ଏବଂ ଦରକାରୀ କାଗଜପତ୍ରର ଗୋଟିଏ ଲେଖାଏଁ କପିକୁ ୨୦୨୦ ଏପ୍ରିଲ୍ ୧୫ ସଂଧ୍ୟା ୫.୩୦ ପୂର୍ବରୁ ନିମ୍ନଲିଖିତ ଠିକଣାରେ ଦାଖଲ କରିବେ।
- ଠିକଣା– ଦି ରେଜିଷ୍ଟ୍ରର୍, ବ୍ରହ୍ମପୁର ୟୁନିଭର୍ସିଟି, ଭଞ୍ଜ ବିହାର, ବ୍ରହ୍ମପୁର-୭୬୦୦୦୭, ଓଡ଼ିଶା
- ଏହି ନିଯୁକ୍ତି ସମ୍ବନ୍ଧୀୟ ସଂପୂର୍ଣ୍ଣ ବିବରଣୀ ପାଇଁnic.in ଓ୍ଵେବ୍ସାଇଟ୍କୁ ଯାଆନ୍ତୁ।
Source: https://www.chakiri.plus/