ଓଡ଼ିଶାଲାଇଭ୍ ବ୍ୟୁରୋ

ଅନୁଗୁଳ କୁମୁରିସିଂହା ଗ୍ରାମ ପଞ୍ଚାୟତ ଲେଭେଲ ଫେଡେରେସନ୍ (GPLF)ରେ ନିଯୁକ୍ତି ସୁଯୋଗ। ପ୍ରୋଗ୍ରାମ ମ୍ୟାନେଜର, ଆକାଉଣ୍ଟାଣ୍ଟ ଏବଂ MIS ଆସିଷ୍ଟାଣ୍ଟ ପଦବୀରେ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଗ୍ରହୀ ପ୍ରାର୍ଥୀମାନେ ଆସନ୍ତା ମାର୍ଚ୍ଚ ୩୧ ଭିତରେ ଆବେଦନ କରିପାରିବେ।
ପ୍ରୋଗ୍ରାମ ମ୍ୟାନେଜର– ଗୋଟିଏ ପଦବୀ:
- ଯୋଗ୍ୟତା – ଯେକୌଣସି ବିଷୟରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବେ। ଡେଭେଲପମେଣ୍ଟ ସେକ୍ଟରରେ ଅତିକମରେ ୫ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।
- ବୟସ – ୨୦୧୯ ଡିସେମ୍ବର ୩୧ ସୁଦ୍ଧା ଅତିବେଶୀରେ ୪୦ ବର୍ଷ ବୟସ ହୋଇଥିବା ଆବଶ୍ୟକ ।
- ଦରମା – ୨୦,୦୦୦ ଟଙ୍କା
ଆକାଉଣ୍ଟାଣ୍ଟ – ଗୋଟିଏ ପଦବୀ:
- ଯୋଗ୍ୟତା- ବାଣିଜ୍ୟର ସ୍ନାତକ କରିଥିବେ। ଆକାଉଣ୍ଟିଂରେ ଅତିକମରେ 3 ବର୍ଷର ଅଭିଜ୍ଞତା ରହିଥିବା ଆବଶ୍ୟକ।
- ବୟସ- ୨୦୧୯ ଡିସେମ୍ବର ୩୧ ସୁଦ୍ଧା ଅତିବେଶୀରେ ୩୦ ବର୍ଷ ହୋଇଥିବା ଆବଶ୍ୟକ।
- ଦରମା- ୧୨,୦୦୦ ଟଙ୍କା
MIS ଆସିଷ୍ଟାଣ୍ଟ – ଗୋଟିଏ ପଦବୀ:
- ଯୋଗ୍ୟତା- ଯେକୌଣସି ବିଷୟରେ ସ୍ନାତକ ଡିଗ୍ରୀ ହାସଲ କରିବା ସହ ଡିସିଏ ବା ପିଜିଡିସିଏ କରିଥିବା ଆବଶ୍ୟକ। ଡାଟା ଏଣ୍ଟ୍ରି, ଅପଲୋଡିଂ ଓ ଭାଲିଡେସନ୍ରେ ଅତିକମରେ ୨ ବର୍ଷର ଅଭିଜ୍ଞତା ରହିଥିବା ଆବଶ୍ୟକ।
- ବୟସ- ୨୦୧୯ ଡିସେମ୍ବର ୩୧ ସୁଦ୍ଧା ଅତିବେଶୀରେ ୩୦ ବର୍ଷ ହୋଇଥିବ।
- ଦରମା- ୧୦,୦୦୦ ଟଙ୍କା
ଆବେଦନ ପ୍ରକ୍ରିୟା:
ପ୍ରାର୍ଥୀମାନେ ନିଜର ଆବେଦନପତ୍ର ସହ ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଡାକ ମାଧ୍ୟମରେ ମାର୍ଚ୍ଚ ୩୧ତାରିଖ ସଂଧ୍ୟା ୫ଟା ସୁଦ୍ଧା ନିମ୍ନଲିଖିତ ଠିକଣାରେ ପଠାଇବାକୁ ବିଜ୍ଞପ୍ତିରେ କୁହାଯାଇଛି।
ଠିକଣା – ପ୍ରେସିଡେଣ୍ଟ କୁମୁରିସିଂହା GPLF, ପୋଷ୍ଟ – କୁମୁରିସିଂହା, ବ୍ଲକ୍-ଅନୁଗୁଳ, ଜିଲ୍ଲା-ଅନୁଗୁଳ, ପିନ୍- ୭୫୯୧୨୯
ଏହି ନିଯୁକ୍ତି ସମ୍ବନ୍ଧୀୟ ସବିଶେଷ ସୂଚନା ପାଇଁ www.angul.nic.inରେ କ୍ଲିକ୍ କରନ୍ତୁ।
source: www.chakiri.plus


















