ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାର ବିଭିନ୍ନ କୋ-ଅପରେଟିଭ୍ ବ୍ୟାଙ୍କଗୁଡ଼ିକରେ ନିଯୁକ୍ତି ସୁଯୋଗ। ବ୍ୟାଙ୍କିଙ୍ଗ୍‌ ଆସିଷ୍ଟାଣ୍ଟ, ଆସିଷ୍ଟାଣ୍ଟ ମ୍ୟାନେଜର ଏବଂ ସିଷ୍ଟମ ମ୍ୟାନେଜର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆଗ୍ରହୀ ପ୍ରାର୍ଥୀମାନେ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ଏପ୍ରିଲ ୧୫। ଏହି ନିଯୁକ୍ତି ଓଡ଼ିଶାର ୧୭ଟି ଜିଲ୍ଲାରେ ଦିଆଯିବ।

ପଦବୀ:

  • ବ୍ୟାଙ୍କିଙ୍ଗ୍‌ ଆସିଷ୍ଟାଣ୍ଟ (ଗ୍ରେଡ୍-୨) – ୪୮୫ଟି ପଦବୀ- ସ୍ନାତକ ଡିଗ୍ରୀ ସହ କମ୍ପ୍ୟୁଟରରେ ଜ୍ଞାନ ଥିବା ଆବଶ୍ୟକ।
  • ଆସିଷ୍ଟାଣ୍ଟ ମ୍ୟାନେଜର (ଗ୍ରେଡ୍-୨) – ୨୬୭ଟି ପଦବୀ- ସ୍ନାତକ ଡିଗ୍ରୀ ସହ କମ୍ପ୍ୟୁଟରରେ ଜ୍ଞାନ ଥିବା ଆବଶ୍ୟକ।
  • ସିଷ୍ଟମ ମ୍ୟାନେଜର- ୩୪ଟି ପଦବୀ- କମ୍ପ୍ୟୁଟର ସାଇନ୍ସ ବା ଆଇଟି ସହ ଏମସିଏ ବା ବି.ଟେକରେ ୬୦ ପ୍ରତିଶତ ମାର୍କ ରଖି ପାସ୍ କରିଥିବେ।
  • ବୟସ- ୨୦୨୦ ଜାନୁଆରି ୧ ସୁଦ୍ଧା ୨୧ରୁ ୩୨ ବର୍ଷ ବୟସ ମଧ୍ୟରେ ହୋଇଥିବ।

ଦରମା:

  • ବ୍ୟାଙ୍କିଙ୍ଗ୍‌ ଆସିଷ୍ଟାଣ୍ଟ- ୫,୨୦୦ରୁ ୨୦,୦୦୦ ଟଙ୍କା
  • ଆସିଷ୍ଟାଣ୍ଟ ମ୍ୟାନେଜର- ୯,୩୦୦ରୁ ୩୪,୮୦୦ ଟଙ୍କା
  • ସିଷ୍ଟମ ମ୍ୟାନେଜର-  ୯,୩୦୦ରୁ ୩୪,୮୦୦ ଟଙ୍କା

ଆବେଦନ ଶୁଳ୍କ:

  • ଏସସି/ଏସଟି- ୬୦୦ ଟଙ୍କା
  • ଅନ୍ୟ ବର୍ଗ- ୧୦୦୦ ଟଙ୍କା
  • ଆବେଦନ ପ୍ରକ୍ରିୟା– ପ୍ରାର୍ଥୀମାନେ ଅନଲାଇନ୍ ଆବେଦନ କରିପାରିବେ।

ଅଧିକ ସୂଚନା ପାଇଁ rcsodisha.nic.in ରେ କ୍ଲିକ୍ କରନ୍ତୁ।

www.chakiri.plus

Comment