ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଟୁଇନ ସିଟି ପରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅଡ-ଇଭିନ ଫର୍ମୁଲା ଲାଗୁ ହୋଇଛି। କେବଳ ଜରୁରୀକାଳୀନ ସେବା ଗାଡ଼ିକୁ ଛାଡି ଅନ୍ୟ ସମସ୍ତ ଗାଡ଼ି ଉପରେ ଏହି ନିୟମ ଲାଗୁ କରାଯାଇଛି।

କେନ୍ଦୁଝର ଜିଲ୍ଲାରେ ଟ୍ୟାକ୍ସି, ଅଟୋରିକ୍ସା ଓ ସାର୍ବଜନୀକ ପରିବହନ ପାଇଁ ଅଡ-ଇଭିନ୍ ଫର୍ମୁଲା ଲାଗୁ କରାଯାଇଛି। ଜିଲ୍ଲାର ୫ଟି ମ୍ୟୁନିସିପାଲଟି କେନ୍ଦୁଝର, ଯୋଡ଼ା, ବଡ଼ବିଲ, ଚମ୍ପୁଆ ଓ ଆନନ୍ଦପୁରରେ ଏହି ନିୟମ କଡ଼ାକଡ଼ି କରାଯାଇଛି। ତେବେ ଜରୁରୀକାଳୀନ ସେବା ଗାଡ଼ି ଉପରେ ଏହି କଟକଣା ଲାଗୁ ହେବ ନାହିଁ। ଏନେଇ କେନ୍ଦୁଝର ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ସେହିଭଳି ଭଦ୍ରକ ଜିଲ୍ଲାରେ ଅଟରିକ୍ସା ଚଳାଚଳ ପାଇଁ ଅଡ-ଇଭିନ୍ ଫର୍ମୁଲା ଲାଗୁ କରାଯାଇଛି। ତେବେ ଜିଲ୍ଲାର କେବଳ ପୌରାଞ୍ଚଳରେ ଏହି ନିୟମ ଲାଗୁ କରାଯାଇଛି। ଏନେଇ ଭଦ୍ରକ ଆରଟିଓ ସୂଚନା ଦେଇଛି।

ଏହାସହ ମୟୁରଭଞ୍ଜ ଜିଲ୍ଲାର ବାରିପଦା, ଉଦଳା, ରାଇରଙ୍ଗପୁର ଓ କରଞ୍ଜିଆ ଏନଏସିରେ ମଧ୍ୟ ଅଡ଼-ଇଭିନ ଫର୍ମୁଲା ଲାଗୁ ହୋଇଛି। ଟ୍ୟାକ୍ସି, ଅଟୋରିକ୍ସା ଓ ସାର୍ବଜନୀକ ପରିବହନ ପାଇଁ ଏହି କଟକଣା ଲାଗୁ ହୋଇଛି। ଏନେଇ ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ସୂଚନା ଦେଇଛି।

କରୋନା ଭାଇରସଠାରୁ ରକ୍ଷା ପାଇବା ପାଇଁ ଏହି ଜିଲ୍ଲାମାନଙ୍କରେ ଯାନବାହନ ଚଳାଚଳରେ ଅଡ଼-ଇଭିନ୍‌ ଫର୍ମୁଲା ଲାଗୁ କରାଯାଇଛି। ଆଜି ହେଉଛି ଅଡ୍‌ ନମ୍ବର ଦିନ। ଏଣୁ ଏହିଦିନ କେବଳ ଅଡ୍‌ ନମ୍ବର ଗାଡ଼ି ରାସ୍ତାରେ ଚଳାଚଳ କରିବ। ଉଦାହରଣ ସ୍ୱରୂପ OD33V 9239/7935 ନମ୍ବର ଗାଡ଼ି। ଗାଡ଼ିର ଶେଷ ନମ୍ବର ଯୁଗ୍ମ-ଅଯୁଗ୍ମ ଅନୁସାରେ ଚାଲିବ। ଗାଡ଼ିର ଶେଷ ନମ୍ବର ୨,୪ ,୬, ୮,୦ ହୋଇଥିଲେ ତାହା ଯୁଗ୍ମ ନମ୍ବର। ସେହିପରି ଗାଡ଼ିର ଶେଷ ନମ୍ବର ୧, ୩, ୫, ୯ ନମ୍ବର ହୋଇଥିଲେ ଅଯୁଗ୍ମ ବୋଲି ବିବେଚନା କରାଯିବ। ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଏହି ନିୟମ ବଳବତ୍ତର ରହିବା।

Comment