ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନାକୁ ନେଇ ରାଜ୍ୟ ସରକାରଙ୍କ ପ୍ରତିଟି ଅପଡେଟ୍ ବିଷୟରେ ସୂଚନା ଦେଇଛନ୍ତି ସୁବ୍ରତ ବାଗଚି।

କରୋନାକୁ ନେଇ ଓଡ଼ିଶା ସରକାରଙ୍କ ପଦକ୍ଷେପ ଏବଂ କରୋନା ଭାଇରସର ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚି। ସୋମବାର ସେ କରୋନା ଭାଇରସର ସ୍ଥିତି ଏବଂ ଏହାକୁ ନିୟନ୍ତ୍ରଣ କରିବାକୁ ରାଜ୍ୟ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ପ୍ରତିଟି ସୂଚନା ଦେଇଛନ୍ତି।

  • ମାର୍ଚ୍ଚ ୨୪ ତାରିଖ ସକାଳ ୭ଟାରୁ ରାଜ୍ୟର ଆଉ ୯ଟି ଜିଲ୍ଲାକୁ ଲକ୍ ଡାଉନ୍ ଘୋଷଣା କଲେ ରାଜ୍ୟ ସରକାର
  • ପୁରୀ, ନୟାଗଡ଼, ଜଗତସିଂହପରୁ, ଢ଼େଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲା ଲକଡାଉନ୍
  • ୨୪ ମାର୍ଚ୍ଚ ସକାଳ ୧୧ଟାରୁ ରାଜ୍ୟରେ ସମସ୍ତ ପ୍ରକାର ବସ୍ ସେବା ବନ୍ଦ
  • ୨୩ ତାରିଖ ରାତି ୧୨ଟାରୁ ସିଟି ବସ୍ ସେବା ବନ୍ଦ
  • ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଅଙ୍ଗନବାଡ଼ିକୁ ବନ୍ଦ କରିବାକୁ ନିର୍ଦ୍ଦେଶ
  • ୧୮୮ଟି ଦେଶକୁ ବ୍ୟାପିଲା କରୋନା ଭାଇରସ୍
  • ସାରା ବିଶ୍ୱରେ ୩ ଲକ୍ଷ ୪୨ ହଜାର ୪୦୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ
  • ଭାରତରେ କରୋନା ଆକ୍ରାନ୍ତ ୪୨୫ଟପିଲା
  • ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି

  • ୧୦ ପ୍ରତିଶତ କର୍ମଚାରୀରେ କାମ କରିବେ ବ୍ୟାଙ୍କ ଓ ବୀମା କମ୍ପାନି
  • କ୍ୱାରେଣ୍ଟାଟାଇନରେ ରହୁଥିବା ପରିବାର ଘର ଆଗରେ ଲାଗିବ ଫର୍ମ
  • ରାଜ୍ୟରେ ୮୫ଟି ନମୂନାରୁ କେବଳ ୨ ପଜିଟିଭ୍
  • ୧୦୪ ହେଲ୍ପଲାଇନକୁ କଲ୍ କରିଛନ୍ତି ୩୬୬୭ ଜଣ ଲୋକ
  • ବର୍ତ୍ତମାନ ଓଡ଼ିଶାରେ ୩୫ ଜଣଙ୍କୁ ଆଇସୋଲେସନରେ ରଖାଯାଇଛି
  • ରାଜ୍ୟର ୬୭୯୮ ଗ୍ରାମପଞ୍ଚାୟତରେ ୭୨୭୬ ଅସ୍ଥାୟୀ ଚିକିତ୍ସା ଶିବିର ଗଠନ
  • ଅସ୍ଥାୟୀ ଚିକିତ୍ସା ଶିବିରରେ ପଦାଧିକାରୀଙ୍କୁ ନୋଡାଲ ଅଫିସର ଭାବେ ନିଯୁକ୍ତି
  • ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ୧୦ଲକ୍ଷ ଟଙ୍କା, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ବିଡିଓଙ୍କୁ ଦାୟିତ୍ୱ
  • ମାର୍ଚ୍ଚ ୨୫ ତାରିଖ ସନ୍ଧ୍ୟା ୬ଟା ସୁଦ୍ଧା ଏସସି/ଏସଟି ଛାତ୍ରଛାତ୍ରୀଙ୍କୁ ମିଳିବ ସ୍କଲାରସିପ୍
  • କ୍ୱାରେଣ୍ଟଟାଇନ୍ ନିୟମ ଭାଙ୍ଗିଲେ ଉଜବେକିସ୍ଥାନ ଫେରନ୍ତା ଯୁବକ
  • ଯୁବକଙ୍କ ବିରୋଧରେ ସମ୍ବଲପୁର ଧନୁପାଲୀ ଥାନାରେ ମାମଲା

ଟପ୍ – ୫ କରୋନା ଆକ୍ରାନ୍ତ ଦେଶ

  • ଚୀନ – ୮୧  ହଜାର ଆକ୍ରାନ୍ତ
  • ଇଟାଲୀ – ୫୯ ହଜାର ଆକ୍ରାନ୍ତ
  • ଯୁକ୍ତରାଷ୍ଟ୍ର ଆମେରିକା – ୩୫ ହଜାର ଆକ୍ରାନ୍ତ
  • ସ୍ପେନ୍ – ୨୯ ହଜାର ଆକ୍ରାନ୍ତ
  • ଜର୍ମାନୀ – ୨୫ ହଜାର ଆକ୍ରାନ୍ତ

Comment