ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନା ପାଇଁ କେନ୍ଦ୍ର ସରକାର ମହିଳାମାନଙ୍କ ପାଇଁ ପ୍ୟାକେଜ ଘୋଷଣା କରିଛନ୍ତି। ଯେଉଁ ମହିଳାମାନଙ୍କର ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଆକାଉଣ୍ଟ ରହିଛି ସେମାନଙ୍କ ଖାତାକୁ ପ୍ରତି ମାସରେ ୫୦୦ ଟଙ୍କା ଲେଖାଏଁ ପଠାଯିବ। ଏନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି। ଦେଶର ୨୦.୫ କୋଟି ମହିଳା ଏଥିରେ ଉପକୃତ ହେବେ।

ସେହିପରି ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଦେଶର ୮ କୋଟି ବିପିଏଲ ପରିବାରକୁ ଆଗାମୀ ତିନି ମାସ ଯାଏଁ ଗ୍ୟାସ ସିଲିଣ୍ଡର ଯୋଗାଇ ଦେବାକୁ ମୋଦୀ ସରକାର ଘୋଷଣା କରିଛନ୍ତି। ଉଜ୍ଜ୍ୱଳା ଯୋଜନା ଅଧୀନରେ ୮.୫ କୋଟି ମହିଳାଙ୍କୁ ଗ୍ୟାସ୍‌ ସଂଯୋଗ ଦିଆଯାଇଥିଲା।

କରୋନା ମୁକାବିଲା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି।

Comment