ଓଡ଼ିଶାଲାଇଭ୍ ବ୍ୟୁରୋ

ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପ୍ୟାକେଜିଂରେ  (JRF/SRF) ପଦବୀରେ ସମୁଦାୟ ୬ ଜଣଙ୍କୁ ନିଯୁକ୍ତି ଦିଆଯିବ। ଏନେଇ ଇଚ୍ଛୁକ ପ୍ରାର୍ଥୀମାନେ ଆସନ୍ତା ଏପ୍ରିଲ୍ ୩ ତାରଖ ଯାଏଁ ଆବେଦନ କରିପାରିବେ।

  • ଏହି ନିଯୁକ୍ତି ମିନିଷ୍ଟ୍ରୀ ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରୀ ତରଫରୁ ଦିଆଯିବ
  • ଡିଜାଇନିଂ ବିଭାଗରେ ୩ ଜଣ ଏବଂ ଟେଷ୍ଟିଂ ଓ ପ୍ରୋଜେକ୍ଟ୍ସ୍ ବିଭାଗରେ ୩ ଜଣଙ୍କୁ ନିଯୁକ୍ତି ଦିଆଯିବ
  • ଏହି ନିଯୁକ୍ତି ୬ ମାସ ପାଇଁ ଚୁକ୍ତିଭିତ୍ତିକ

ଯୋଗ୍ୟତା:

  • ଇଣ୍ଡଷ୍ଟିଆଲ୍ ଡିଜାଇନର/ପ୍ରଡକ୍ଟ ଡିଜାଇନର– ଇଣ୍ଡଷ୍ଟ୍ରିଆଲ୍/ପ୍ରଡକ୍ଟ ଡିଜାଇନରେ ସ୍ନାତକ କମ୍ବା ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବେ।କନଜ୍ୟୁମର ପ୍ରଡକ୍ଟ ଡିଜାଇନରେ ଅତିକମରେ ୨ରୁ ୫ ବର୍ଷର ଅଭିଜ୍ଞତା ଥିବ।
  • ଗ୍ରାଫିକ୍ ଡିଜାଇନର– ଗ୍ରାଫିକ୍ ଡିଜାଇନ/ଫାଇନ୍ ଆର୍ଟସରେ ଡିଜାଇନରେ ସ୍ନାତକ କମ୍ବା ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବେ। ପ୍ରଡକ୍ଟ ପ୍ୟାକେଜିଂ ଡିଜାଇନରେ ଅତିକମରେ ୨ରୁ ୫ ବର୍ଷର ଅଭିଜ୍ଞତା ଥିବ। ଆଡୋବ୍ ଫଟୋସପ୍ ଏବଂ ଇଲୁଷ୍ଟ୍ରେଟରରେ ଦକ୍ଷତା ହାସଲ କରିଥିବେ।

ଆବେଦନ ପ୍ରକ୍ରିୟା:

ଆଗ୍ରହୀ ପ୍ରାର୍ଥୀମାନଙ୍କର ଆବେଦନପତ୍ର, ସାର୍ଟଟିଫିକେଟ କପି ଓ ଅନ୍ୟ ଦରକାରୀ କାରଜପତ୍ର ନିର୍ଦ୍ଧାରିତ ସମୟ ପୂର୍ବରୁ ନିମ୍ନଲିଖିତ ଠିକଣାରେ ପହଞ୍ଚିଯିବା ଆବଶ୍ୟକ। ଏନଭେଲପ୍ ଉପରେ ଆବେଦନ କରୁଥିବା ପଦବୀ ସୂଚିତ କରିବେ।

ଠିକଣା– ମି. ମାଧବ ଚକ୍ରବର୍ତ୍ତୀ, ଜଏଣ୍ଟ ଡିରେକ୍ଟର (ହେଡ୍- ଆଇଆଇପି ଦିଲ୍ଲୀ), ପ୍ଲଟ୍ ନଂ- 21, ଫଂକ୍ସନାଲ ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍, ପତପରଗଞ୍ଜ, ନିୟର ଉଦ୍ୟୋଗ ସଦନ, ଦିଲ୍ଲୀ-110092

  • ଫୋନ ନମ୍ବର-91-011-22166703/4/5
  • ମୋବାଇଲ୍ ନମ୍ବର- 9581000064
  • ଇ ମେଲ୍- iipdelhi@iip-in.com

ନିଯୁକ୍ତି ବିଷୟରେ ଅଧିକ ଜାଣିବା ପାଇଁ iip-in.com ଓ୍ୱେବସାଇଟରେ ଲଗ୍ଇନ୍ କରନ୍ତୁ।

source – www.chakiri.plus

Comment