ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜାଣନ୍ତୁ ଘରୋଇ ଉପାୟରେ କେମିତି ନିଜ ତ୍ୱଚାର ସମସ୍ତ ସମସ୍ୟାରୁ ଛୁଟକାରା ପାଇ ପାରିବେ। 

ବ୍ରଣ, ବ୍ଲାକ୍‌ ହେଡ୍‌, ହ୍ୱାଇଟ୍‌ ହେଡ୍‌

ଆଜିକାଲିର ଜୀବନ ଶୈଳୀ ହେଉ ବା ପ୍ରଦୂଷଣ ଏହା ତ୍ୱଚାକୁ ଖରାପ କରି ଦେଇ ଥାଏ। ଖାଦ୍ୟପେୟ ହେଉ ବା ତ୍ୱଚାର ଯତ୍ନ ଠିକ୍‌ ଭାବେରେ ନ ନେଲେ ବ୍ରଣ, ବ୍ଲାକ୍‌ ହେଡ ଭଳି ସମସ୍ୟା ଦେଖା ଦିଏ। ଏ ସମସ୍ୟା ପ୍ରାୟ ସମସ୍ତଙ୍କ ମଧ୍ୟରେ ଦେଖା ଦିଏ। ଏଥିପାଇଁ ମୁହଁକୁ ସଫା ରଖିବା ଆବଶ୍ୟକ। ମୁହଁକୁ ରାତିରେ ଶୋଇବା ବେଳେ ବେସନ ସାହାଯ୍ୟରେ ବି ସଫା କରିପାରିବେ।

ବେସନରେ ଚନ୍ଦନ, ଗୋଲାପ ଜଳ, ଲେମ୍ବୁ ରସ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ତ୍ୱଚାରେ ଏବଂ ବେକରେ ଲଗାଇ ଦିଅନ୍ତୁ। ୩୦ ମିନିଟ୍‌ ପରେ ନଖ ଉଷୁମ ପାଣିରେ ଧୋଇ ଦିଅନ୍ତୁ। ଏହାକୁ ସପ୍ତାହକୁ ଦୁଇ ଥର କରନ୍ତୁ। ଦେଖିବେ ଧୀରେ ଧୀରେ ବ୍ରଣ, ଦାଗ ଆଦି ସମସ୍ୟାରୁ ମୁକ୍ତି ପାଇ ପାରିବେ।

ସନ୍‌ ଟ୍ୟାନ୍‌

ସନ୍‌ ଟ୍ୟାନ୍‌ ଏକ ଗମ୍ଭୀର ସମସ୍ୟା। ଖରାରେ ଅଳ୍ପ ସମୟ ଯଦି ରହିଲେ ସ୍କିନ୍‌ରେ ଟ୍ୟାନ୍‌ ପଡ଼ିଥାଏ। ଏବଂ ଏହା ସହଜରେ ଛାଡ଼ି ନଥାଏ।

ବେସନରେ ଲେମ୍ବୁ ରସ, ଟିକେ ହଳଦୀ ଏବଂ ଦହିକୁ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ତ୍ୱଚାରେ ଲଗାଇ ଶୁଖିବାକୁ ଛାଡ଼ି ଦିଅନ୍ତୁ। ଶୁଖିଲା ପରେ ସ୍କ୍ରବ୍‌ କରି ମୁହଁକୁ ଧୋଇ ଦିଅନ୍ତୁ। ଏହାକୁ ସପ୍ତାହରେ ଥରେ ଲଗାନ୍ତୁ।

ଉଜ୍ଜ୍ୱଳ ତ୍ୱଚା

ଗ୍ଲୋଇଙ୍ଗ ସ୍କିନ୍‌ ବା ଉଜ୍ଜ୍ୱଳ ତ୍ୱଚା ପଅତି ମଣିଷର ପସନ୍ଦ। ତେବେ ବେସନରେ ଆପଣ ଉଜ୍ଜ୍ୱଳ ତ୍ୱଚା ପାଇ ପାରିବେ।

ବେସନକୁ କମଳା ରସ ଏବଂ କମଳା ଚୋପା ଗୁଣ୍ଡରେ ମିଶାଇ ଲଗାନ୍ତୁ। ଶୁଖିଲା ପରେ ଧୋଇ ଦିଅନ୍ତୁ। ଏହା ଦ୍ୱାରା ତ୍ୱଚା ଉଜ୍ଜ୍ୱଳ ହେବା ସହ ଓପନ୍‌ ପୋର ମଧ୍ୟ ସଙ୍କୁଚିତ ହୋ

LEAVE A REPLY

Please enter your comment!
Please enter your name here