ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଲକ୍‌ଡାଉନ ସମୟରେ ସହାୟତାର ହାତ ବଢ଼ାଇଲେ ବଲିଉଡ୍‌ର ମହନାୟକ ଅମିତାଭ ବଚ୍ଚନ। ଚଳଚ୍ଚିତ୍ର କର୍ମଚାରୀ କନଫେଡେରେସନ୍ ସହ ଜଡ଼ିତ ଏକ ଲକ୍ଷ ଶ୍ରମିକଙ୍କ ପରିବାରକୁ ଏକ ମାସର ରାସନ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି। ସୋନି ପିକ୍ଚର୍ସ ଇଣ୍ଡିଆ ଏବଂ କଲ୍ୟାଣ ଜୁଏଲର୍ସ ଅମିତାଭ ବଚ୍ଚନଙ୍କ ଏହି ନିଷ୍ପତ୍ତିକୁ ସମର୍ଥନ ଜଣାଇଛନ୍ତି।

ଗତ ରବିବାର ସୋନି ପିକ୍ଚର୍ସ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ସୋନି ପିକ୍ଚର୍ସ ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ ଭାରତ ସମ୍ବେଦନଶୀଳ ସ୍ଥିତିରେ ରହିଛି। ଏହାକୁ ନେଇ ଅମିତାଭ ବଚ୍ଚନଙ୍କ ପକ୍ଷରୁ “ଓ୍ଵି ଆର ଓ୍ଵନ” କ୍ୟାମ୍ପେନ ଆରମ୍ଭ କରାଯାଉଛି। ଏହି କ୍ୟାମ୍ପେନକୁ ସୋନି ପିକ୍ଚର୍ସ ଇଣ୍ଡିଆ ଓ କଲ୍ୟାଣ ଜୁଏଲର୍ସ ସହାୟତା କରିବ। ଏହା ଦ୍ଵାରା । ଚଳଚ୍ଚିତ୍ର କର୍ମଚାରୀ କନଫେଡେରେସନ୍ ସହ ଜଡ଼ିତ ଏକ ଲକ୍ଷ ଶ୍ରମିକଙ୍କ ପରିବାରକୁ ଏକ ମାସର ରାସନ ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି।

ତେବେ ଏହି କ୍ୟାମ୍ପେନ କେବେଠାରୁ ଆରମ୍ଭ ହେବ ସେନେଇ କୌଣସି ସୂଚନା ମିଳିପାରିନାହିଁ। ଅତିକମରେ ୫୦ହଜାର ଶ୍ରମିକ ଏଥିରେ ଉପକୃତ ହୋଇ ପାରିବେ ବୋଲି ଆଶା କରିଛି ସୋନି ପିକ୍ଚର୍ସ ନେଟଓ୍ଵର୍କ। ବଲିଉଡ୍‌ର ମହନାୟକ ଅମିତାଭ ବଚ୍ଚନ ୨୦୧୦ ମସିହାରୁ ସୋନି ଟିଭି ସହ “କୌନ ବନେଗା କରୋଡ଼ପତି” ଭଳି ଶୋ’ କରି ଆସୁଛନ୍ତି।

corona awareness

କରୋନା ଭାଇରସ ଯୋଗୁଁ ସାରାଦେଶରେ ଏପ୍ରିଲ ୧୪ ତାରିଖ ଯାଏଁ ଲକ୍‌ଡାଉନ ଘୋଷଣା ହୋଇଛି। ସମସ୍ତ ପ୍ରକାର ସୁଟିଂ ବନ୍ଦ ରହିଛି। ଫଳରେ ଫିଲ୍ମ ସହ ଜଡ଼ିତ ଶ୍ରମିକମାନେ କାମ ନପାଇ ନାନା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହାକୁ ଦୃଷ୍ଟିରେ ରଖି ଅମିତାଭ୍ ବଚ୍ଚନ ସୋନି ପିକ୍ଚିର୍ସ ସହ ମିଳିତ ସହଭାଗିତାରେ ଶ୍ରମିକମାନଙ୍କୁ ରାସନ ଯୋଗାଇଦେବାକୁ ସ୍ଥିର କରିଛନ୍ତି।

Comment