ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ରାଜ୍ୟପାଳମାନଙ୍କ ଦରମାରୁ ୩୦ ପ୍ରତିଶତ ହ୍ରାସ କରାଯିବ।

କରୋନା ମୁକାବିଲା ନେଇ କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପ୍ରଧାନମନ୍ତ୍ରୀ, ମନ୍ତ୍ରୀ ଓ ସାଂସଦମାନେ ୩୦ ପ୍ରତିଶତ କମ୍‌ ଦରମା ନେବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଏ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ, ମନ୍ତ୍ରୀ ଓ ସାଂସଦମାନେ ବର୍ଷେ ଯାଏଁ ୩୦ ପ୍ରତିଶତ କମ୍ ଦରମା ନେବେ ବୋଲି ଆଲୋଚନା ହୋଇଛି।

ସେହିପରି ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ରାଜ୍ୟପାଳମାନଙ୍କର ଦରମା ମଧ୍ୟ ୩୦ ପ୍ରତିଶତ ହ୍ରାସ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

ଏପଟେ ଦୁଇ ବର୍ଷ ପାଇଁ ସାଂସଦ ପାଣ୍ଠିକୁ ସ୍ଥଗିତ ରଖାଯାଇଛି। ୨୦୨୦-୨୧ ଏବଂ ୨୦୨୧-୨୨ ବର୍ଷ ପାଇଁ ସାଂସଦ ପାଣ୍ଠି ସ୍ଥଗିତ ରଖାଯିବ ବୋଲି କ୍ୟାବିନେଟ ବୈଠକରେ ଆଲୋଚନା ହୋଇଥିଲା।

‘‘ନିଜ ଦରମାରୁ ୩୦ ପ୍ରତିଶତ କାଟିବା ପାଇଁ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ରାଜ୍ୟପାଳମାନେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ। ସେହିପରି ସବୁ ସାଂସଦମାନେ ମଧ୍ୟ ନିଜ ଦରମାରୁ ୩୦ ପ୍ରତିଶତ କାଟିବା ଲାଗି ସରକାରଙ୍କୁ କହିଥିଲେ। ଏହାକୁ ବିଚାରକୁ ନେଇ କେନ୍ଦ୍ର କ୍ୟାବିନେଟ୍‌ ଦରମା କାଟିବାକୁ ନିଷ୍ପତ୍ତି ନେଇଛି’’, କହିଛନ୍ତି ପ୍ରକାଶ ଜାଭଡେକର।

ସାଂସଦ ପାଣ୍ଠି ଟଙ୍କା କନସୋଲିଡେସନ ପଣ୍ଡକୁ ଯିବ। କରୋନା ମୁକାବିଲା ପାଇଁ ଏହି ପାଣ୍ଡିରୁ ଅର୍ଥ ଖର୍ଚ୍ଚ କରାଯିବ ବୋଲି ଆଲୋଚନା ହୋଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ କ୍ୟାବିନେଟ୍‌ ବୈଠକ କରିଥିଲେ। ଏହି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା।

corona awarenessପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ବିଭିନ୍ନ ଦଳର ନେତାମାନଙ୍କ ସହିତ ଫୋନ୍‌ରେ କଥା ହୋଇଥିଲେ। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ, ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ, ମୁଲାୟମ ସିଂହ ଯାଦବ, ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀଙ୍କ ସହ କଥା ହୋଇଥିଲେ।

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏବଂ ପ୍ରତିଭା ପାଟିଲଙ୍କ ସହିତ ବି ମୋଦୀ ଫୋନରେ କଥା ହୋଇଥିଲେ।

Comment