ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ସୋନ ନଦୀ କୂଳରୁ ଜଣେ ଯୁବକଙ୍କର ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ଜଣକ ହେଉଛନ୍ତି ସୁଣ୍ଡଳ ଗ୍ରାମର ବିଜୟ ଖଣ୍ଢେଇ। ଗତ ଶୁକ୍ରବାର ସନ୍ଧ୍ୟାଠାରୁ ସେ ନିଖୋଜ ଥିଲେ। ଖବର ପାଇବା ପରେ ପୋଲିସ ତାଙ୍କ ମୃତଦେହକୁ ଉଦ୍ଧାର କରିଛି।

ଏ ସମ୍ପର୍କରେ କପ୍ତିପଦା ଥାନାରେ ଅଭିଯୋଗ ହୋଇଥିଲା। ଆଜି ତା’ର ମୃତଦେହ ଉଦ୍ଧାର କରିବା ପରେ ପୋଲିସ ଶବ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଥିଲେ। ତାଙ୍କ ଶରୀରରେ ଅନେକ କ୍ଷତ ଚିହ୍ନ ଥିଲା। ଏ ସମ୍ପର୍କରେ କପ୍ତିପଦା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।

ମୃତ୍ୟୁର ପ୍ରକୃତ କାରଣ ଏଯାଏଁ ଜଣାପଡ଼ି ନାହିଁ। ଏହା ହତ୍ୟା ବୋଲି ସନ୍ଦେହ କରାଯାଉଛି। ତେବେ ତଦନ୍ତ ପ୍ରକୃତ କାରଣ ପରେ ଜଣାପଡ଼ିବ ବୋଲି ପୋଲିସ କହିଛି।

Comment