ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଗୋଟିଏ ସମୟରେ କେରଳର ୯୦ ପ୍ରତିଶତ କରୋନା ପଜିଟିଭ କାସରଗୋଡ ଜିଲ୍ଲାରୁ ଚିହ୍ନଟ ହୋଇଥିଲେ। ଶୁକ୍ରବାର ଏହି ଜିଲ୍ଲାରେ ୬ ଜଣଙ୍କ ରିପୋର୍ଟ ପରୀକ୍ଷା ହୋଇଥିଲା। ସମସ୍ତ ରିପୋର୍ଟ ନେଗେଟିଭ ଆସିଥିଲା। ଏଠାରେ ଗତ ସାତ ଦିନ ମଧ୍ୟରେ ମାତ୍ର ଗୋଟିଏ ପଜିଟିଭ କେସ୍‌ ସାମ୍ନାକୁ ଆସିଛି। ଏହା ପଛର କାରଣ ହେଉଛି ପ୍ରଶାସନର ରଣନୀତି। ବର୍ତ୍ତମାନ ଏହା ଦେଶର ଅନ୍ୟ ହଟସ୍ପଟ ଅଞ୍ଚଳ ପାଇଁ ମଡେଲ ହୋଇଛି।

କାସରଗୋଡ ଜିଲ୍ଲାରେ ଏପର୍ଯନ୍ତ ୧୬୭ଟି ମାମଲା ମଧ୍ୟରୁ କେବଳ ୫୧ ଜଣ ଡାକ୍ତରଖାନାରେ ଅଛନ୍ତି। ଅନ୍ୟମାନେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଆସନ୍ତୁ ଜାଣିବା ଏହି ସଫଳତା ପଛରେ କ’ଣ ରହିଛି କାରଣ?

corona

ବିଦେଶରୁ ଆସୁଥିବା ଲୋକଙ୍କ ଉପରେ ବିଶେଷ ନଜର

ବିଦେଶରୁ ଆସୁଥିବା ଲୋକ ଓ ଯେଉଁମାନେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଅଲଗା ରଖାଯାଇଥିଲା। ଅନ୍ୟ ରାଦ୍ୟ ଓ ଦେଶ ବାହାରୁ ଆସୁଥିବା ଲୋକଙ୍କ ଉପରେ ମଧ୍ୟ ନଜର ରଖାଯାଉଥିଲା। ଏପରି କରିବାର କାରଣ ଏଠାରେ ତୃତୀୟ ସଂକ୍ରମିତ ବ୍ୟକ୍ତି ଜଣକ ଚାଇନାର ଥିଲେ। ଅନେକ ଲୋକ ପୂର୍ବ ଏସିଆରୁ ଆସିଥିଲା ବେଳେ ୧୫ ପ୍ରତିଶତ ଏନ୍‌ଆରଆଇ ସଂକ୍ରମିତ ହୋଇଥିଲେ।

୩ଟି ଲକ୍‌ଡାଉନ୍‌ ରଣନୀତି

  • ଲକ୍‌ ୧ – ଜିଲ୍ଲାରେ ଲକ୍‌ଡାଉନ୍‌ ହେବା ପରେ ପୋଲିସ ନିଜ କାର୍ଯ୍ୟ ଆରମ୍ଭ କରିଥିଲା। ରାସ୍ତା, ଦୋକାନ ବଜାର ବନ୍ଦ କରିବା ସହ ମୋବାଇଲ ପାଟ୍ରୋଲିଂ ଆରମ୍ଭ ହୋଇଥିଲା। ଏପରି କରିବା ଦ୍ଵାରା ଲୋକ ନିୟନ୍ତ୍ରଣରେ ରହିବା ସହ ଘରୁ ବାହାରି ନଥିଲେ।
  • ଲକ୍‌ ୨ – ଏଥିରେ ଜିଏସ୍‌ ଟେକ୍ନୋଲୋଜି ବ୍ୟବହାର କରାଯାଇଥିଲା। ଏହା ଦ୍ଵାରା ସଂକ୍ରମିତ ଲୋକ, ବିଦେଶରୁ ଆସିଥିବା ଲୋକ ଏବଂ ଯେଉଁମାନେ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କ ସହ ଯୋଗାଯୋଗ କରାଯାଇଥିଲା। କାହାକୁ ଏଠାକୁ ଆସିବାକୁ କିମ୍ବା ବାହାରକୁ ଯିବାକୁ ଦିଆଯାଇନଥିଲା।
  • ଲକ୍‌ ୩ – ସାତଟି ଅଞ୍ଚଳକୁ ହଟ୍‌ସ୍ପଟ ଭାବେ ଚିହ୍ନଟ କରାଯାଇଥିଲା। ପରେ ବିଦେଶରୁ ଆସିଥିବା ଲୋକମାନଙ୍କ ଲିଷ୍ଟ ବାହାର କରି ସେମାନଙ୍କୁ ଖୋଜି ଚିହ୍ନଟ କରିଥିଲା।

ସାରା ଦେଶ କରୋନା ମହାମାରୀରେ ଗତି କରୁଥିବା ବେଳେ କେରଳ ଏହାକୁ ସଠିକ ଭାବେ ସମ୍ମୁଖୀନ କରିଛି। ଏହି ରାଜ୍ୟରେ ପ୍ରଥମରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନ ହୋଇଥିଲେ। ହେଲେ ବର୍ତ୍ତମାନ କେରଳରେ ୪୦୦ କରୋନା ଆକ୍ରାନ୍ତ ଥିବା ବେଳେ ସେମାନଙ୍କ ମଧ୍ୟରୁ ୨୫୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Comment