ଓଡ଼ିଶାଲାଇଭ୍ ବ୍ୟୁରୋcorona test

ଭାରତର ପ୍ରଥମ କରୋନା ରୋଗୀଙ୍କ ରିପୋର୍ଟ ପୁଣିଥରେ ପଜିଟିଭ୍ ଆସିଛି। ନୂଆଦିଲ୍ଲୀ ଯିବା ନିମନ୍ତେ ସେ ତାଙ୍କର କରୋନା ଟେଷ୍ଟ କରାଇଥିଲେ। ପ୍ରଥମେ ଆଣ୍ଟିଜେନ ରିପୋର୍ଟ ନେଗେଟିଭ୍ ଆସିଥିଲେ ହେଁ ପରେ ଆରଟିପିସିଆର ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡ଼ିଛି।

ଦେଶର ପ୍ରଥମ କରୋନା ସଂକ୍ରମିତ ଜଣଙ୍କ ହେଉଛନ୍ତି କେରଳର ଜଣେ ଯୁବତୀ। କରୋନାରେ ସଂକ୍ରମଣ ହେବା ସମୟରେ ସେ ଚୀନର ଉହାନ ବିଶ୍ଵ ବିଦ୍ୟାଳୟରେ ମେଡିକାଲ ପଢୁଥିଲେ। ୨୦୨୦ରେ ସେମିଷ୍ଟାର ସରିବାପରେ ସେ ଭାରତ ଆସିଥିଲେ। ଯେହେତୁ ସେ ଚୀନରୁ ଆସିଥିଲେ, ତେଣୁ ସେହି ସମୟରେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। ୨୦୨୦ ଜାନୁଆରି ୩୦ତାରିଖରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା।Coronavirus blood testଯୁବତୀଙ୍କ ପୂର୍ବରୁ ଦେଶର କୌଣସି ବି ରାଜ୍ୟରେ ପଜିଟିଭ୍ ଚିହ୍ନଟ ହୋଇନଥିଲା। ତେଣୁ ତାଙ୍କୁ ଭାରତର ପ୍ରଥମ କରୋନା ପଜିଟିଭ୍ ବୋଲି କୁହାଯାଇଥିଲା। ଦେଢ଼ ବର୍ଷ ପରେ ଏବେ ପୁଣିଥରେ ସେ କରୋନା ସଂକ୍ରମିତ ହୋଇଛନ୍ତି।

କେରଳର ତ୍ରିଶୁର ମେଡିକାଲ କଲେଜର ଡିଏମଓ ଡାକ୍ତର କେ ଜେ ରୀନା କହିଛନ୍ତି, “ତାଙ୍କ ପାଖରେ କରୋନାର କୌଣସି ଲକ୍ଷଣ ଦେଖା ଯାଇନଥିଲେ ମଧ୍ୟ ତାଙ୍କର ଆରଟିପିସିଆର ରିପୋର୍ଟ ପଜିଟିଭ୍ ଆସିଛି। ବର୍ତ୍ତମାନ ସେ ହୋମ ଆଇସୋଲେସନରେ ରହି ଚିକିତ୍ସିତ ହେଉଛନ୍ତି। ତାଙ୍କର ସ୍ଵାସ୍ଥ୍ୟବସ୍ଥା ଠିକ୍ ରହିଛି।”

ଅନ୍ୟପଟେ ସଂକ୍ରମିତଙ୍କ ବାପା କହିଛନ୍ତି, “ମୋ ଝିଅ ସଂକ୍ରମିତ ହେବାପରେ ଘରେ ରହି ଚିକିତ୍ସା ହେଉଛି। ବର୍ତ୍ତମାନ ସୁଦ୍ଧା ସେ କୌଣସି ବି କରୋନା ଟିକା ନେଇନାହିଁ। ଯେହେତୁ ଚୀନରେ ତା’ର ମେଡିକାଲ ପଢ଼ା ସମ୍ପୂର୍ଣ୍ଣ ହୋଇନାହିଁ, ତେଣୁ ସେ ଭାରତୀୟ ଟିକା ନେବାକୁ ଇଚ୍ଛା ପ୍ରକାଶ କରୁନି। ସ୍ଥିତି ଠିକ୍ ହେବାପରେ ସେ ପୁଣିଥରେ ଚୀନ ଯିବ।”

Comment