ଓଡ଼ିଶାଲାଇଭ୍ ବ୍ୟୁରୋ
ମହିଳାଙ୍କୁ ଅଫିସରେ ଚଷମା ପିନ୍ଧିବା ମନା। ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଜାପାନରେ ଏଭଳି ନିୟମ ରହିଛି।
ସାଧାରଣତଃ ଅଫିସମାନଙ୍କରେ କମ୍ପ୍ୟୁଟରେ କାମ କରୁଥିବା ମହିଳା ଆଖିକୁ ସୁରକ୍ଷା ଦେବାକୁ ଚଷମା ପିନ୍ଧିଥାନ୍ତି। ହେଲେ ଏମିତି ଏକ ଦେଶ ଅଛି ଯେଉଁଠି କମ୍ପାନିରେ ମହିଳାଙ୍କ ଚଷମା ପିନ୍ଧିବାରେ ରୋକ ଲାଗିଛି। ଏହାର କାରଣ ଜାଣିଲେ ବି ଆଶ୍ଚର୍ଯ୍ୟ ହେବେ।
ଜାପାନରେ ଏଭଳି ନିୟମ ରହିଛି। ସେଠାରେ କମ୍ପାନିରେ କାମ କରୁଥିବା ପୁରୁଷମାନେ ଚଷମା ପିନ୍ଧୁଥିଲା ବେଳେ ମହିଳାମାନଙ୍କ ଚଷମା ପିନ୍ଧିବାକୁ ବାରଣ କରାଯାଇଛି।
ମହିଳାମାନେ ଚଷମା ପିନ୍ଧିଲେ ଏହା ତାଙ୍କ ସୁନ୍ଦରତା ଉପରେ ପ୍ରଭାବ ପକାଇଥାଏ। କମ୍ପାନିକୁ ଆସୁଥିବା ଗ୍ରାହକଙ୍କ ଉପରେ ଏହି ପ୍ରଭାବ ପଡ଼ିଥାଏ। ଫଳରେ କମ୍ପାନି କାରବାରକୁ ଏହା ପ୍ରଭାବିତ କରିଥାଏ। ସେଥିପାଇଁ ଏଠାରେ ମହିଳାଙ୍କୁ ଚଷମା ମନା। କେବଳ ଚଷମା ନୁହେଁ ଏଠାରେ କର୍ମଜୀବୀ ମହିଳାଙ୍କୁ ମେକ୍ଅପ କରିବା ସହ ଓଜନ କମ୍ କରି କାମକୁ ଆସିବାକୁ କୁହାଯାଇଥାଏ।
କମ୍ପାନିର ଏଭଳି ନିୟମକୁ ମହିଳାମାନେ ବିରୋଧ କରିଥିବା ଦେଖବାକୁ ମିଳିଛି।

















