ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ୱର ବିଭିନ୍ନ ଦେଶରେ ମଦ,ସିଗାରେଟ୍, ତମାଖୁ ଓ ପାନମସଲା ଭଳି ଅନେକ ଜିନିଷ ବ୍ୟାନ ହୋଇଥିବା ଶୁଣିଥିବେ। ତେବେ ଦୁନିଆରେ ଏମିତି କିଛି ଦେଶ ଅଛି ଯେଉଁ ଦେଶରେ ବିଭିନ୍ନ ପ୍ରକାର ସାଧାରଣ ଜିନିଷ ଉପରେ ମଧ୍ୟ ରୋକ ଲଗାଯାଇଛି। ବିଭିନ୍ନ ପ୍ରକାର ସାଧାରଣ ଜିନିଷ ଉପରେ ରୋକ ଲଗାଯିବା ସହ ଏହାର ବାରଣ ପାଇଁ ଅନେକ ଆଇନ ମଧ୍ୟ ପ୍ରଣୟନ କରିଛନ୍ତି ଅନେକ ଦେଶ। ତେବେ ଜାଣନ୍ତୁ ଏମିତି କିଛି ଦେଶ ଆଉ ତାଙ୍କର ଅଜବ ନିୟମ।

ଚୁଇଙ୍ଗମ୍ ଉପରେ ବ୍ୟାନ

ସିଙ୍ଗାପୁରରେ ଗତ ୨୦୦୪ ମସିହାରୁ ଚୁଇଙ୍ଗମ ବ୍ୟାନ ହୋଇଛି। ଏହି ଦେଶରେ ଆପଣ ଚୁଇଙ୍ଗମ ଖାଇପାରିବେ ନାହିଁ। ଏହା ଉପରେ ବ୍ୟାନ ଲଗାଇଛନ୍ତି ସିଙ୍ଗାପୁର ସରକାର। ଏହାଦ୍ୱାରା ଦେଶର ପରିଷ୍କାର ପରିଚ୍ଛନତା ଠିକ୍ ରହିବ ବୋଲି ଭାବି ଏପରି ନିଷ୍ପତ୍ତି ନେଇଛନ୍ତି ସିଙ୍ଗାପୁର ସରକାର। ଏହାସହ ଆପଣ ବାହାର ଦେଶରୁ ମଧ୍ୟ ଚୁଇଙ୍ଗମ ଧରି ଦେଶକୁ ପ୍ରବେଶ କରିପାରିବେ ନାହିଁ।

ନିଜେ ଦେଇପାରିବେନି ନିଜ ଛୁଆଙ୍କ ନାଁ

ସବୁ ବାପା ମା ନିଜ ପିଲାଙ୍କ ନାଁ ନିଜ ଇଚ୍ଛା ଅନୁସାରେ ରଖିଥାନ୍ତି। ତେବେ ଆପଣ ଯଦି ଡେନମାର୍କରେ ରହୁଛନ୍ତି ତେବେ ଆପଣ ନିଜର ପିଲାଙ୍କ ନାଁ ନିଜ ଇଚ୍ଛା ଅନୁସାରେ ରଖିପାରିବେ ନାହିଁ। ଏନେଇ ଡେନମାର୍କରେ ସ୍ୱତନ୍ତ୍ର ଆଇନ୍ ରହିଛି। ଆପଣ ସରକାରଙ୍କ ଦ୍ୱାରା ଦିଆଯାଇଥିବା ୭୦୦୦ ନାଁ ମଧ୍ୟରୁ କୌଣସି ଗୋଟିଏ ନାଁ ଆପଣଙ୍କ ପିଲାକୁ ଦେଇପାରିବେ। ଯଦି ଆପଣଙ୍କୁ ନିଜ ଇଚ୍ଛା ଅନୁସାରେ ନାଁ ଦେବାର ଅଛି ତେବେ ଆପଣଙ୍କୁ ଚର୍ଚ ଓ ସରକାରଙ୍କ ଅନୁମତି ନେବାକୁ ପଡ଼ିବ।

ବ୍ୟାୟାମ ଉପରେ ରୋକ

ପୂର୍ବ ଆଫ୍ରିକାର ବୁରୁଣ୍ଡି ନାମକ ଦେଶରେ ସକାଳର ଜଗିଙ୍ଗ୍ ଉପରେ ରୋକ ଲଗାଯାଇଛି। ସକାଳର ଜଗିଙ୍ଗ୍ ରେ ସାଧାରଣତଃ ଲୋକମାନେ ଆସ୍ତେ ଆସ୍ତେ ରାସ୍ତାରେ ଦୌଡିଥାନ୍ତି। ଯାହାକୁ ଏହି ଦେଶରେ ବ୍ୟାନ୍ କରାଯାଇଛି। ଗତ ୨୦୧୪ ମସିହାରୁ ଏଠାରେ ଏପରି ରୋକ ଲଗାଯାଇଛି। ଏହି ଦେଶରେ ଲୋକ ଜଗିଙ୍ଗ୍ ପାଇଁ ଆସି ବିଭିନ୍ନ ପ୍ରକାର ଅନୈତିକ କାର୍ଯ୍ୟରେ ଲିପ୍ତ ରହୁଥିବା ଅଭିଯୋଗ ହୋଇଥାଏ।

ନୀଳରଙ୍ଗର ଜିନ୍ସ ପିନ୍ଧିବା ମନା

ଉତ୍ତର କୋରିଆର କୌଣସି ନାଗରିକମାନଙ୍କ ଉପରେ ନୀଳରଙ୍ଗର ଜିନ୍ସ ପିନ୍ଧିବା ଉପରେ କଟକଣା ଲଗାଯାଇଛି। ଉତ୍ତର କୋରିଆର ଶାସକ କିମ୍ ଜୋଙ୍ଗ୍ ନିଜ ଦେଶରେ ଏଭଳି ନୂଆ ନିୟମ ଜାରି କରିଛନ୍ତି। ପଶ୍ଚିମ ସଂସ୍କୃତି ଫଳରେ ଦେଶର ସଂସ୍କୃତି ଖରାପ ହେଉଛି ଅନୁଭବ କରି ସେ ଏଭଳି ନିଷ୍ପତ୍ତି ନେଇଛନ୍ତି।

Comment