ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କ୍ରିକେଟ୍ ବ୍ୟାଟ୍, ଟି-ସାର୍ଟ ଓ ଗ୍ଲୋବସକୁ ନିଲାମ କରି କରୋନା ପାଇଁ ଫଣ୍ଡ ଯୋଗାଡ଼ କରିବେ କୋହଲି ଏବଂ ଡିଭିଲିୟର୍ସ। କରୋନା ମୁକାବିଲା ପାଇଁ ଏହି ଦୁଇ ଖେଳାଳି ଏଭଳି ନିଷ୍ପତ୍ତି ନେଇଛନ୍ତି।

ଇନଷ୍ଟାଗ୍ରାମରେ ଚ୍ୟାଟ୍ କରୁଥିବା ସମୟରେ କୋହଲିଙ୍କୁ ଏନେଇ ଡିଭିଲିୟର୍ସ କହିଛନ୍ତି। ଦୁଇ ଖେଳାଳି ଆଇପିଏଲରେ ସାଙ୍ଗ ହୋଇ ଅନେକ ମ୍ୟାଚ୍ ଖେଳିଛନ୍ତି। ଏହି ମ୍ୟାଚ ମଧ୍ୟରୁ ୨୦୧୬ ମସିହାରେ ଗୁଜୁରାଟ ଲାୟନ୍ସ ବିପକ୍ଷରେ ଡିଭିଲିୟର୍ସ ଶତକ ହାସଲ କରିଥିଲେ। କୋହଲି ମଧ୍ୟ ଏହି ମ୍ୟାଚରେ ଭଲ ଇଂନିସ ଖେଳିଥିଲେ। ତେଣୁ ଏହି ମ୍ୟାଚର ବ୍ୟାଟ୍, ଟି-ସାର୍ଟ ଓ ଗ୍ଲୋବର୍ସକୁ ନିଲାମ କରିବାକୁ ଦୁହେଁ କଥା ହୋଇଛନ୍ତି।ସେମାନେ ଏହି ସାମଗ୍ରୀଗୁଡ଼ିକୁ ଅନଲାଇନ୍ ଜରିଆରେ ନିଲାମ କରିବାକୁ କଥା ହୋଇଛନ୍ତି। ଏଥିରୁ ଯେଉଁ ଟଙ୍କା ସଂଗ୍ରହ କରାଯିବ ସେଥିରେ ଦୁଇଦେଶର ଗରିବ ଲୋକମାନଙ୍କୁ ଖାଇବାକୁ ଦେବାକୁ ଦୁଇ ଖେଳାଳି ଚିନ୍ତା କରିଛନ୍ତି।

ଏବେ କରୋନା ପାଇଁ ଭାରତ ଲକଡାଉନ୍ ରହିଛି। ଫଳରେ ଅନେକ ଲୋକ ଖାଇବାକୁ ନପାଇଁ ଡହଳବିକଳ ହେଉଛନ୍ତି। ତେଣୁ ବିରାଟ କୋହଲି ଏହି ନିଲାମ ଟଙ୍କାକୁ ଗରିବ ଲୋକଙ୍କ ଖାଇବା ପାଇଁ ଖର୍ଚ୍ଚ କରିବାକୁ କହିଛନ୍ତି।

ଭାରତୀୟ ଅଧିନାୟକ ବିରାଟ କୋହଲି ଓ ପୂର୍ବତନ ଦକ୍ଷିଣ ଆଫ୍ରିକୀୟ ଖେଳାଳି ଏବି ଡିଭିଲିୟର୍ସ ଆଇପିଏଲରେ ରୟାଲ ଚାଲେଞ୍ଜର୍ସ ବେଙ୍ଗାଳୁରୁ ପାଇଁ ଖେଳୁଛନ୍ତି। ତେଣୁ ଦୁଇ ଖେଳାଳି ସାଙ୍ଗ ହୋଇ କରୋନା ମୁକାବିଲା କ୍ଷେତ୍ରରେ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି।

Comment