ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୮ ଏପ୍ରିଲ୍‌, ଉତ୍କଳଗୌରବ ମଧୁସୂଦନ ଦାସଙ୍କ ପବିତ୍ର ଜୟନ୍ତୀ ଅବସରରେ   

“ଏହି ସମ୍ମିଳନୀ ଜାତିପ୍ରାଣ ସିନ୍ଧୁ କୋଟି ପ୍ରାଣବିନ୍ଦୁ ଧରେ, ତୋ’ର ପ୍ରାଣ ବିନ୍ଦୁ ମିଶାଇ ଦେ ଭାଇ ଡେଇଁପଡ଼ି ସିନ୍ଧୁ ନୀରେ” – ଦିନେ ଉତ୍କଳ ସମ୍ମିଳନୀର ଉଦ୍ଦେଶ୍ୟ ଓ ଗୁରୁତ୍ଵ ବିଷୟରେ ଲୋକଙ୍କୁ ବୁଝାଇବାକୁ ଯାଇ ଏହି ଐତିହାସିକ କବିତାଟି ଲେଖିଥିଲେ ଉତ୍କଳଗୌରବ ମଧୁସୂଦନ ଦାସ।

ମଧୁବାବୁ ସେଦିନ ସଫା ସଫା ବୁଝାଇ ଦେଇଥିଲେ – ‘ନିଜର ଜୀବନ ଜାତିକୁ ଅର୍ପଣ କଲେ ମିଳେ ଜାତି ପ୍ରାଣ, ଜାତୀୟ ଜୀବନ ନମିଳିବ କଲେ ହାଟେ ବାଟେ ଅନ୍ଵେଷଣ’। ପରାଧୀନତାରୁ ମୁକୁଳିବା ପାଇଁ ପ୍ରତି ବ୍ୟକ୍ତିର ଜୀବନକୁ ଟପି ଏହି ଜାତିପ୍ରାଣ ବା ଜାତୀୟ ଜୀବନ ଯେ କେତେ ଜରୁରୀ ତାହା ସେ ବୁଝାଇବାକୁ ଚେଷ୍ଟା କରିଥିଲେ।

ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପଛର ପ୍ରମୁଖ ପ୍ରାଣଧାର ମଧୁବାବୁ ଦିନେ ଲେଖିଥିଲେ ଏହି ଅମର ସଂଗୀତ। ଏଇ କବିତା ଭିତରେ ଲୁଚି ରହିଥିଲା ଉତ୍କଳମାତାକୁ ପାଇବା ପାଇଁ ପ୍ରତି ନିୟତ ଛଟପଟ ହେଉଥିବା ଜଣେ ସଚ୍ଚା ଓଡ଼ିଆର ମନର ବେଦନା।

ଉତ୍କଳଗୌରବ ମଧୁସୂଦନ ଦାସ ତାଙ୍କ ଜୀବନକାଳରେ ଲେଖିଥିଲେ ଅଳ୍ପ କେତୋଟି କବିତା। ସେସବୁ ପୁଣି ଥିଲା ଉତ୍କଳର ସନ୍ତାନମାନଙ୍କୁ ଓଡ଼ିଆ ଭାଷା, ଜାତି ଏବଂ ଭୂଖଣ୍ଡ ପାଇଁ ଏକାଠି କରିବାର ଆହ୍ଵାନ।

ସଂଗୀତ ଓ କଣ୍ଠଦାନ: ଛନ୍ଦା ମିଶ୍ର

ସଂଗୀତ ପରିଚାଳନା: ସଚ୍ଚିକାନ୍ତ ଓ ରତିକାନ୍ତ

ପ୍ରସ୍ତୁତି: ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର

ଡିଜିଟାଲ୍‌ ପ୍ରସାରଣ: ଓଡ଼ିଶାଲାଇଭ୍‌

Comment