ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୮ ଏପ୍ରିଲ୍‌, ଉତ୍କଳଗୌରବ ମଧୁସୂଦନ ଦାସଙ୍କ ପବିତ୍ର ଜୟନ୍ତୀ ଅବସରରେ …  

ଦିନେ ପରାଧୀନ ଭାରତରେ ଅଖଣ୍ଡ ଉତ୍କଳ ପ୍ରଦେଶ ଗଠନର ସ୍ଵପ୍ନ ଦେଖିଥିଲେ ଉତ୍କଳଗୌରବ ମଧୁସୂଦନ। ସେହି ସ୍ଵପ୍ନକୁ ସତ କରିବାକୁ ସେ ଉତ୍କଳର ସନ୍ତାନମାନଙ୍କୁ ଏକାଠି ହେବାକୁ ଆହ୍ଵାନ ଦେଇଥିଲେ। ଶେଷରେ ୧୯୩୬ ମସିହାରେ ସ୍ଵତନ୍ତ୍ର ଓଡ଼ିଶା ଗଠନ ସହ ମଧୁବାବୁଙ୍କ ସେହି ଭାବନା ଓ ଯୋଜନା ସତରେ ପରିଣତ ହୋଇଥିଲା।

ଉତ୍କଳଗୌରବ ମଧୁସୂଦନ ଦାସ ତାଙ୍କ ଜୀବନକାଳରେ ଲେଖିଥିଲେ ଅଳ୍ପ କେତୋଟି କବିତା। ସେସବୁ ପୁଣି ଥିଲା ଉତ୍କଳର ସନ୍ତାନମାନଙ୍କୁ ଓଡ଼ିଆ ଭାଷା, ଜାତି ଏବଂ ଭୂଖଣ୍ଡ ପାଇଁ ଏକାଠି କରିବାର ଆହ୍ଵାନ।

‘ଜାତି ଇତିହାସ ଜାତିର ନିର୍ଝର, ସଦା ବହେ ତହୁଁ ଜାତି ପ୍ରାଣଧାର’ – ଏଇ ଗୀତଟି ଏବେବି କୋଟି କୋଟି ଓଡ଼ିଆଙ୍କ ପ୍ରାଣରେ ଉତ୍ସାହ ଓ ଶିହରଣ ସୃଷ୍ଟି କରେ।

ସଂଗୀତ ଓ କଣ୍ଠଦାନ: ଛନ୍ଦା ମିଶ୍ର

ସଂଗୀତ ପରିଚାଳନା: ସଚ୍ଚିକାନ୍ତ ଓ ରତିକାନ୍ତ

ପ୍ରସ୍ତୁତି: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାର

ଡିଜିଟାଲ୍‌ ପ୍ରସାରଣ: ଓଡ଼ିଶାଲାଇଭ୍‌

Comment