ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୮ ଏପ୍ରିଲ୍‌, ଉତ୍କଳଗୌରବ ମଧୁସୂଦନ ଦାସଙ୍କ ପବିତ୍ର ଜୟନ୍ତୀ ଅବସରରେ   

ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପଛର ପ୍ରମୁଖ ବିନ୍ଧାଣି ମଧୁବାବୁ ଦିନେ ଲେଖିଥିଲେ ଏହି ପ୍ରାର୍ଥନା – ‘ଆହେ ବିଶ୍ଵପତି ଘୁଞ୍ଚାଅ ବିସ୍ମୃତି ଆଦି ମନ୍ତ୍ର ସଦା ଜପୁ ମୋର ମନ’। ହେଲେ କ’ଣ ଥିଲା ଏହି ମହାପୁରୁଷଙ୍କ ଲାଗି ‘ଆଦି ମନ୍ତ୍ର’? ଏହାର ଉତ୍ତର ହେଉଛି – ଉତ୍କଳ ଜନନୀର ମୁକ୍ତି।

ଏଇ କବିତା ଭିତରେ ଲୁଚି ରହିଥିଲା ଉତ୍କଳମାତାକୁ ପାଇବା ପାଇଁ ପ୍ରତି ନିୟତ ଛଟପଟ ହେଉଥିବା ଜଣେ ସଚ୍ଚା ଓଡ଼ିଆର ମନର ବେଦନା।

ଆମ ଶରୀର, ଆମ ଜୀବନ ଅନ୍ୟ ପାଇଁଗଢ଼ା। ଦିନେ ଉତ୍କଳବାସୀଙ୍କୁ ଏହି ମନ୍ତ୍ର ଦେଇଥିଲେ କୁଳବୃଦ୍ଧ ମଧୁସୂଦନ। ‘ଜନ୍ମ ହେଲା କ୍ଷଣି ସ୍ତନ୍ୟ ଦାନ କରି ମାତା ମନ୍ତ୍ର ଦେଲେ ପରାର୍ଥେ ଜୀବନ’ – ତାଙ୍କ କବିତା ଭିତରେ ଥିବା ଏହି ଧାଡ଼ିଟି କହେ ମଧୁବାବୁଙ୍କ ଜୀବନର ସରାମର୍ମ।

ଦିନେ ପରାଧୀନ ଭାରତରେ ଅଖଣ୍ଡ ଉତ୍କଳ ପ୍ରଦେଶ ଗଠନର ସ୍ଵପ୍ନ ଦେଖିଥିଲେ ଉତ୍କଳଗୌରବ ମଧୁସୂଦନ। ସେହି ସ୍ଵପ୍ନକୁ ସତ କରିବାକୁ ସେ ଉତ୍କଳର ସନ୍ତାନମାନଙ୍କୁ ଏକାଠି ହେବାକୁ ଆହ୍ଵାନ ଦେଇଥିଲେ। ଶେଷରେ ୧୯୩୬ ମସିହାରେ ସ୍ଵତନ୍ତ୍ର ଓଡ଼ିଶା ଗଠନ ସହ ମଧୁବାବୁଙ୍କ ସେହି ଭାବନା ଓ ଯୋଜନା ସତରେ ପରିଣତ ହୋଇଥିଲା।

ସଂଗୀତ ଓ କଣ୍ଠଦାନ: ଛନ୍ଦା ମିଶ୍ର

ସଂଗୀତ ପରିଚାଳନା: ସଚ୍ଚିକାନ୍ତ ଓ ରତିକାନ୍ତ

ପ୍ରସ୍ତୁତି: ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର

ଡିଜିଟାଲ୍‌ ପ୍ରସାରଣ: ଓଡ଼ିଶାଲାଇଭ୍‌

Comment