ଓଡ଼ିଶାଲାଇଭ୍‌ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲାରେ ଚଳିତ ରବି ଧାନ ସଂଗ୍ରହ ପାଇଁ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଅଧ୍ୟକ୍ଷତା କରିଥିଲେ। ଚଳିତ ବର୍ଷ ରବି ଧାନ ସଂଗ୍ରହକୁ ନେଇ ବୈଠକରେ ଆଲୋଚନା ହୋଇଥିଲା।

ଚଳିତ ବର୍ଷ ରବି ଋତୁର ପ୍ରଥମ ପର୍ଯ୍ୟାୟରେ ୫୨,୨୩୯ କ୍ୱିଣ୍ଟାଲ୍‍ ଧାନ ସଂଗ୍ରହ ପାଇଁ ଧାର୍ଯ୍ୟ ହୋଇଛି। ଜିଲ୍ଲାର ୧୧ଟି ବ୍ଲକରେ ୧୭ଟି ମଣ୍ଡି ଖୋଲାଯାଇଛି। ଚଳିତ ବର୍ଷ ଧାନ ବିକ୍ରି କରିବା ପାଇଁ ୨,୨୨୧ ଜଣ ପଞ୍ଜିକୃତ ହୋଇଥିବା ବେଳେ ଚାଷୀଙ୍କ ଠାରୁ ଲ୍ୟାମ୍ପସ୍‍ ଜରିଆରେ ଅନ୍‌ଲାଇନ ବ୍ୟବସ୍ଥାରେ ସର୍ବନିମ୍ନ ସହାୟକ ମୂଲ୍ୟରେ ଧାନ କିଣିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ ବ୍ରଜେନ୍ଦ୍ର କୁମାର ନାୟକ, ଅତିରିକ୍ତ ଯୋଗାଣ ବିଭାଗ ଅଧିକାରୀ ସିଏଚ ମୁରଲୀ କ୍ରିଷ୍ଣା ରାଓ, ସଦର ଅତିରିକ୍ତ ଯୋଗାଣ ବିଭାଗ ଅଧିକାରୀ ବିଶ୍ୱନାଥ ସେନାପତି, ଜିଲ୍ଲା ନିବନ୍ଧକ ସମବାୟ ସମିତି ସମୂହ ଅଧିକାରୀ ପ୍ରମୋଦ କୁମାର ସାହୁ, ରାୟଗଡ଼ା ଓ ଗୁଣୁପୁର ଅତିରିକ୍ତ ନିବନ୍ଧକ ସମବାୟ ସମିତି ସମୂହ ଅଧିକାରୀ, ସମବାୟ ବିଭାଗର ସମସ୍ତ ପରିଚାଳନା ନିର୍ଦ୍ଦେଶକ, କୃଷିବିଭାଗର ଅଧିକାରୀଙ୍କ ସମେତ ଚାଷୀ ଓ ମିଲର୍ସ ପ୍ରମୁଖ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here