ଓଡ଼ିଶାଲାଇଭ୍‌ କୃଷି ବିଜ୍ଞାନ ବ୍ୟୁରୋ

ଆମ ରାଜ୍ୟରେ ଖରିଫ୍ ୠତୁରେ ୩୬ ଲକ୍ଷ ହେକ୍ଟର ଜମିରେ ଧାନ ଚାଷ ହୁଏ।  ଯଦି ଚାଷୀଭାଇମାନେ ସମ୍ପୂର୍ଣ୍ଣ କୃଷି ଯାନ୍ତ୍ରିକ ପଦ୍ଧତିରେ ଚାଷ କରନ୍ତି  ତେବେ କମ୍ ସମୟ ଓ ଅଳ୍ପ ପରିଶ୍ରମରେ ଭଲ ଚାଷ କରିପାରିବେ।

ସାଧାରଣ ପଦ୍ଧତିରେ ଧାନ ଚାଷ କଲେ ହେକ୍ଟର ପ୍ରତି ୪୦ରୁ ୫୦ କେଜି ବିହନ ଆବଶ୍ୟକ ପଡ଼େ। ମାତ୍ର ଯନ୍ତ୍ର ସାହାଯ୍ୟରେ ଚାଷ କଲେ ୩୦ କେଜି ବିହନ ଦରକାର ପଡ଼ିଥାଏ। ଏହାଛଡ଼ା ଏହା ସମୟ ଉପଯୋଗୀ ହେବା ସହିତ ଏଥିରେ ଖୁବ୍‌ କମ୍‌ କୃଷି ଶ୍ରମିକ ନିୟୋଜିତ ହୋଇଥାନ୍ତି।

ଯାନ୍ତ୍ରିକ ପଦ୍ଧତିରେ ଚାଷ କରିବାର ଫାଇଦା

ଯନ୍ତ୍ର ସାହାଯ୍ୟରେ ଧାନ ଧାଡ଼ି ବୁଣା ଓ ଧାଡ଼ି ରୁଆ ଦ୍ୱାରା ଗଛକୁ  ତଥା ଧାଡ଼ିକୁ ଧାଡ଼ି ଏକ ନିର୍ଦ୍ଦିଷ୍ଟ ରହିଥିବାରୁ ଆଲୋକ ଓ ଉତ୍ତାପ ଏବଂ ପବନ ଭଲ ଭାବେ ଚଳପ୍ରଚଳ କରିପାରେ। ରୋଗ ପୋକ କମ ଲାଗେ। ଗଛଭଲ ବଢ଼ିଥାଏ।

ସାର ଔଷଧ ସୁବିଧାରେ ପ୍ରୟୋଗ କରାଯାଇପାରେ। ମୋଟାମୋଟି ଭାବେ କହିବାକୁ ଗଲେ ଯାନ୍ତ୍ରିକକରଣ ପଦ୍ଧତିରେ ଧାନ ଚାଷ କରିବା ଦ୍ୱାରା କମ୍‌ ଖର୍ଚ୍ଚରେ ଅଧିକ ଅମଳ ହୋଇଥାଏ।

ଧାନ ବୁଣିବାଠାରୁ ଅମଳ ପର୍ଯ୍ୟନ୍ତ ଯାନ୍ତ୍ରିକ ପଦ୍ଧତିର ପ୍ରୟୋଗ

ଯାନ୍ତ୍ରିକକରଣ ପଦ୍ଧତିରେ ଧାନ ଚାଷ କରିବାକୁ କୃଷକ ଲୁହାଚକ ଲାଗିଥିବା ଟ୍ରାକ୍ଟରରେ ଜମିକୁ ଚାଷ ନକରି ରୋଟାଭେକ୍ଟରରେ ଜମିକୁ କାଦୁଅ କରନ୍ତୁ। ଲୁହା ଚକ ଲାଗିଥିବା ଟ୍ରାକ୍ଟର ବ୍ୟବହାର କଲେ ଏହାଦ୍ୱାରା ରାସ୍ତାଗୁଡ଼ିକ ଖରାପ ହୋଇଥାଏ।

ସ୍ୱୟଂଚାଳିତ ତଳି ପକା ଯନ୍ତ୍ର ସାହାଯ୍ୟରେ ପ୍ଲାଷ୍ଟିକ ଟ୍ରେରେ ତଳି ପକାନ୍ତୁ।CGU new

ଟ୍ରେରେ ପକା ଯାଇଥିବା ୧୫ ଦିନର ତଳିକୁ  ସତର୍କତାର ସହ ଉଠାଇ ନେଇ ଧାନ ତଳି ରୁଆ ଯନ୍ତ୍ରରେ ଧାଡ଼ିକୁ ଧାଡ଼ି ୨୫ ସେଣ୍ଟିମିଟର ଓ ଗଛକୁ ଗଛ ୧୦ ସେଣ୍ଟିମିଟର ବ୍ୟବଧାନରେ ତଳି ରୁଅନ୍ତୁ।

ତଳି ରୋଇବାର ୨ରୁ ୩ ସପ୍ତାହ ପରେ ଥରେ ଓ ଆଉ ୨ ସପ୍ତାହ ପରେ ଥରେ ଶକ୍ତିଚାଳିତ ଘାଷ ବଛା ଯନ୍ତ୍ରରେ ଘାସ ବାଛି ଦିଅନ୍ତୁ।

ଧାନ ଅମଳ ସମୟରେ କମ୍ବାଇନ ହାର୍ଭେଷ୍ଟର ବ୍ୟବହାର କରନ୍ତୁ। ଏହି ପରି ସମ୍ପୂର୍ଣ୍ଣ ଯାନ୍ତ୍ରିକ ପଦ୍ଧତିରେ କମ୍‌ ସମୟରେ ଆପଣ ଭଲ ଅମଳ କରିପାରରିବେ।

(ଭିଡିଓ ସୌଜନ୍ୟ: କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର)