ଓଡ଼ିଶାଲାଇଭ୍ ବ୍ୟୁରୋ

ପାକିସ୍ତାନରୁ ରାଜସ୍ଥାନ ଦେଇ ଭାରତ ଆସିଥିବା ପଙ୍ଗପାଳ ଦଳ ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛନ୍ତି। ବର୍ତ୍ତମାନ ସୁଦ୍ଧା ଏମାନେ ରାଜସ୍ଥାନ, ଗୁଜରାଟ, ଉତ୍ତରପ୍ରଦେଶ, ହରିୟାଣା ଓ ମଧ୍ୟପ୍ରଦେଶରେ ନିଜର ଆତଙ୍କ ସୃଷ୍ଟି କରିବା ସହ ବ୍ୟାପକ ଫସଲ ମଧ୍ୟ ନଷ୍ଟ କରିଛନ୍ତି। ତେଣୁ ଓଡ଼ିଆ ଚାଷୀଙ୍କୁ ପଙ୍ଗପାଳ ଦଳ କିଭଳି କ୍ଷତି ନପହଞ୍ଚାଇବେ ସେଥିପାଇଁ ଆଜି କୃଷି ବିଭାଗର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି।

ଏହାରି ମଧ୍ୟରେ ଓୟୁଏଟି ଡିନ୍ ଲଳିତ ମୋହନ ଗଡ଼ନାୟକ ଚାଷୀମାନଙ୍କୁ ନିମ୍ବ ତେଲ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶା ଇତିହାସରେ ପଙ୍ଗପାଳ ଆକ୍ରମଣ ହେବା ନେଇ ପୂର୍ବରୁ କୌଣସି ସୂଚନା ନାହିଁ। ତେଣୁ ଏଥର ମଧ୍ୟ ଆକ୍ରମଣ ନହୋଇପାରେ। ତେବେ ଚାଷୀମାନଙ୍କୁ ଚାଷ ସୁରକ୍ଷିତ ରଖିବା ପାଇଁ ସେ ନିମ୍ବ ତେଲ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି।

ମରୁଭୂମିର ଏ ଭୟାନକ କୀଟ ଉଷ୍ମ ବାତାବରଣକୁ ଅଧିକ ଆକୃଷ୍ଟ ହୋଇଥାଆନ୍ତି ବୋଲି କୁହାଯାଉଛି। ତେଣୁ ପଶ୍ଚିମ ଓଡ଼ିଶାରେ ଏବେ ପ୍ରବଳ ଗରମ ଅନୁଭୂତ ହେଉଛି। ତେଣୁ ପଶ୍ଚିମ ଓଡ଼ିଶା ଜିଲ୍ଲାମାନଙ୍କୁ ଏହି ପଙ୍ଗପାଳ ଆକ୍ରମଣ ହେବା ସନ୍ଦେହ କରାଯାଉଛି।

Comment