ଓଡ଼ିଶାଲାଇଭ୍‌ ବ୍ୟୁରୋ

(ରାୟଗଡାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ାରେ ଉଦ୍‌ଘାଟନ ହେଲା କୋଭିଡ ନିରୂପଣ କେନ୍ଦ୍ର। ଏଣିକି ଆଉ ଜିଲ୍ଲାର କରୋନା ଲକ୍ଷଣ ଲୋକଙ୍କ ସ୍ୱାବ ନମୁନା ଏଭୁବନେଶ୍ଵର ଆରଏମଆରସି କେନ୍ଦ୍ର ଯିବନାହିଁ। ଏହାସହ ଦିନକୁ ୧୬ ଜଣ କରୋନା ସନ୍ଦିଗ୍ଧଙ୍କ ସ୍ଵାବ ନମୁନା ଜିଲ୍ଲାରେ ଟେଷ୍ଟ କରାଯିବ।

ଏହି କରୋନା ପରୀକ୍ଷଣ ଲ୍ୟାବ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଆରମ୍ଭ ହୋଇଛି। ମୁଖ୍ୟଅତିଥି ରୂପେ ଆଜି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଆର୍ତ୍ତବନ୍ଧୁ ନାୟକଙ୍କ ଉପସ୍ଥିତିରେ ଏହି କୋଭିଡ ପରୀକ୍ଷା କେନ୍ଦ୍ର ଉଦଘାଟନ ହୋଇଯାଇଛି।

ଦୀର୍ଘଦିନ ଧରି ଦକ୍ଷିଣାଞ୍ଚଳ ଜିଲ୍ଲା ଭାବେ ରାୟଗଡାଠାରେ କୋଭିଡ ସାମ୍ପଲ ପରୀକ୍ଷା ସକାଶେ ଜିଲ୍ଲାବସୀଙ୍କ ମଧ୍ୟରେ ଦାବି ହୋଇ ଆସୁଥିଲା। ଜିଲ୍ଲା ସଦର ମହକୁମାଠାରେ କୋଭିଡ ରୋଗୀ ନିରୂପଣ କରାଗଲେ ସେମାନଙ୍କୁ ତୁରନ୍ତ ଚିହ୍ନଟ କରାଯିବା ସମ୍ଭବ ହୋଇପାରିବ।

ଏହି କେନ୍ଦ୍ରକୁ ପରିଚାଳନା ସକାଶେ ଚାରିଜଣ ବିଶେଷଜ୍ଞଙ୍କୁ ନିଯୁକ୍ତ କରାଯାଇଥିବା ସୂଚନା ମିଳିଛି। ଏହି ଉଦଘାଟନୀ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ପ୍ରଫୁଲ୍ଲ କୁମାର ପାଢୀ, ଡିପିଏମ ରାଜେଶ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ।

Comment