ଓଡ଼ିଶାଲାଇଭ୍‌ ବ୍ୟୁରୋ

(ରାୟଗଡାରୁ ତୁଷାର ରଞ୍ଜନ ସାହୁ): ରାୟଗଡା ଜିଲ୍ଲା କୋଲନରା ବିଡିଓଙ୍କ ନାଁରେ ଥାନାରେ ଏତାଲା ଦେଲେ କୋଲନରା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ତେଜରାଜ ନାଗ। ବ୍ଳକରେ କୋଭିଡ-୧୯ ପରିଚାଳନା କ୍ଷେତ୍ରରେ ବ୍ଳକ ବିଡିଓ ତାପସ କୁମାର ଭୋଇ ମହାଦୁର୍ନିତୀ କରୁଥିବା ଅଭିଯୋଗ କରି ସେ ଏହି ଏତାଲା ଦେଇଛନ୍ତି।

ବିଡିଓ ତାପସ କୁମାର ଭୋଇଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ଆଗାମୀ ଦିନରେ ଜନ ଅସନ୍ତୋଷ ଆନ୍ଦୋଳନରେ ପରିଣତ ହେବ ତେଣୁ ଏହି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କରାଯାଉ ବୋଲି ଚାନ୍ଦିଲି ଥାନାରେ ସେ ଲିଖିତ ଅଭିଯୋଗ କରିଛନ୍ତି। ଏହାସହ କ୍ଵାରେଣ୍ଟାଇନରେ ଥିବା ବ୍ୟକ୍ତିଙ୍କୁ କୌଣସି ସାମଗ୍ରୀ ଦିଆଯାଉନାହିଁ ଓ କ୍ଵାରେଣ୍ଟାଇନ ଶେଷ କରୁଥିବା ଲୋକଙ୍କୁ ୨ ହଜାର ଟଙ୍କା ମଧ୍ୟ ଦିଆଯାଉନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।

ସେହିପରି ଏହି କ୍ଵାରାଣ୍ଟାଇନ୍‌ ସେଣ୍ଟରରେ ସମସ୍ତେ ଗୋଟିଏ ବାଲ୍ଟି, ମଗ ବ୍ୟବହାର କରୁଛନ୍ତି।  ଫଳରେ ଏଠାରେ କରୋନା ସଂକ୍ରମଣ ଆଶଙ୍କା ବଢ଼ିଯାଇଛି। ବିଡିଓ ତାପସ କୁମାର ଭୋଇଙ୍କ ମନମଖୀ ଶାସନ ଯୋଗୁଁ ବ୍ଳକରେ ବ୍ୟାପକ ଅନିୟମତିତା ଦେଖାଯାଉଛି ତେଣୁ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଉପାଧ୍ୟକ୍ଷ ଅଭିଯୋଗରେ ଉଲ୍ଳେଖ କରିଛନ୍ତି।

ଏହି ଅଭିଯୋଗ ପତ୍ର ପ୍ରଦାନ ବେଳେ ଶ୍ରମିକ ନେତା ନିରଂଜନ ପାତ୍ରଙ୍କ ସମେତ ଅନ୍ୟମାନେ ମଧ୍ୟ ଉପସ୍ଥିତ ରହିଥିଲେ। ଖୁବଶ୍ରୀଘ୍ର ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇ

Comment