ଓଡ଼ିଶାଲାଇଭ୍‌ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ସିଆରପିଏଫ ଚତୁର୍ଥ ବାଟାଲିୟନ ପକ୍ଷରୁ ଯବାନମାନଙ୍କୁ ମଶାରୀ ବିତରଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଯୋଗଦେଇ ସୁରକ୍ଷାକର୍ମୀଙ୍କୁ ମଶାରୀ ବିତରଣ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅର୍ତ୍ତାବନ୍ଧୁ ନାୟକ ଉପସ୍ଥିତ ରହିଥିଲେ।

ମଶା ବହାକ ରୋଗରୁ ରକ୍ଷା ପାଇବା ସହ ମ୍ୟାଲେରିଆ, ଡେଙ୍ଗୁ ଓ ଚିକେନଗୁନିଆ ରୋଗରୁ ଦୂରେଇ ରହିବା ସକାଶେ ମଶାରୀ ଏକମାତ୍ର ଅସ୍ତ୍ର ହୋଇପାରିଛି। ଏହାକୁ ବ୍ୟବହାର କରି ରାତିରେ ଶୋଇବା ଅତ୍ୟାବଶ୍ୟକ ବୋଲି ସଭାରେ ମତ ପ୍ରକାଶ ପାଇଥିଲା।

କରୋନା ମହାମାରୀ ଯୋଗୁଁ ସାରା ଦେଶ ଲକ୍‌ଡାଉନ୍‌ ରହିଛି। ସୁରକ୍ଷା ବାହିନୀ ନିଜ ଘରକୁ ନଯାଇ ଏଭଳି କଠିନ ସମୟରେ ସାଧାରଣ ଲୋକଙ୍କୁ ସେବା ଯୋଗାଇ ଦେଉଛନ୍ତି। ତାଙ୍କ କଠିନ ତ୍ୟାଗ ଓ ବଳିଦାନ ସମାଜ ପ୍ରତି ବଳିଷ୍ଠ ବୋଲି ଜିଲ୍ଲାପାଳ ନିଜ ଅଭିଭାଷଣରେ ପ୍ରକାଶ କରିଛନ୍ତି।

ଏହି ଅବସରରେ ଚତୁର୍ଥ ବାଟାଲିୟନ ତରଫରୁ ଉପସ୍ଥିତ ଅତିଥିଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ୨ୟ କମାଣ୍ଡାଣ୍ଟ ମିତୁ ରଏ, ଡେପୁଟି କମାଣ୍ଡାଣ୍ଟ ସନ୍ତୋଷ କୁମାର, ବାଟାଲିୟନ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Comment