ଓଡ଼ିଶାଲାଇଭ୍ ବ୍ୟୁରୋ

(ନୟାଗଡ଼ରୁ ନିଶିକାନ୍ତ ରଥ): ନୟାଗଡ଼ ସହରରେ ଖୁବ୍ ଶୀଘ୍ର ଦୂର ହେବ ପାନୀୟ ଜଳ ସମସ୍ୟା। ବେଆଇନ ଭାବେ କରାଯାଇଥିବା ପାଣି ପାଇପ୍ ସଂଯୋଗକୁ ରୋକିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ।

ଦୀର୍ଘ ଦିନ ହେଲା ନୟାଗଡ଼ ସହରରେ ପାନୀୟ ଜଳ ସମସ୍ୟା ମୁଣ୍ଡ ଟେକିଥିଲା। ଏ ନେଇ ସହରବାନିନ୍ଦା ଅଭିଯୋଗ କରିବା ପରେ ପ୍ରଶାସନ ପକ୍ଷରୁ ଏ ଦିଗରେ ପଦକ୍ଷେପ ଗ୍ରହଣ କରାଯାଇଛି। ଶୁକ୍ରବାର ଦିନ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପିଏଚଡି ବିଭାଗ କର୍ମଚାରୀ, ପୋଲିସ ଏବଂ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ ସହାୟତାରେ ବିଭିନ୍ନ ସ୍ଥାନରେ ବେଆଇନ ପାଣି ପାଇପ୍ ସଂଯୋଗ କାଟିବାରେ ସକ୍ଷମ ହୋଇଛନ୍ତି।

ମହାନଦୀରୁ ଖଣ୍ଡପଡ଼ା ବିଶୋଧନ ପ୍ଲାଣ୍ଟ ଦେଇ ନୟାଗଡ଼ ସହରକୁ ପିଇବା ପାଣି ଯୋଗାଣ ହେଉଛି। ସେଥିରୁ ରାସ୍ତା କଡ଼ର କେତେକ ଗାଁକୁ ଚୋରାରେ ପାଇପ ସଂଯୋଗ କରି ୫୦ ପ୍ରତିଶତରୁ ଅଧିକ ପାଣି ବାଟମାରଣା କରୁଥିଲେ। ଫଳରେ ସହରରେ ପାନୀୟ ଜଳର ଅଭାବ ଲାଗି ରହିଥିଲା। ଏ ନେଇ ଅଭିଯୋଗ ହେବା ପରେ ଆଜି ବେଆଇନ ପାଇପ୍ ସଂଯୋଗ ଉପରେ ପ୍ରଥମ କାର୍ଯ୍ୟାନୁଷ୍ଠାନ ହୋଇଛି।

ଆଜି ସହର ଉପକଣ୍ଠ ଗୋଡ଼ିସାହି, ବୋଦାପଡ଼ା ଆଦି କେତୋଟି ଗାଁକୁ ସଂଯୋଗ ବେଆଇନ ପାଇପ୍ ଲାଇନ କାଯି ଦିଆଯାଇଛି। ଖୁବ୍ ଶୀଘ୍ର ଅନ୍ୟ ସ୍ଥାନଗୁଡ଼ିକରେ ମଧ୍ୟ ବେଆଇନ ପାଇପ ସଂଯୋଗକୁ ରୋକାଯିବା ଉପରେ ପଦକ୍ଷେପ ନିଆଯିବ।

Tags: #Nayagarh #DrinkingWater #WaterProblem #Collector

LEAVE A REPLY

Please enter your comment!
Please enter your name here