ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): କ୍ଵାରେଣ୍ଟାଇନ୍‌ ସେଣ୍ଟରରେ ଅନ୍ତେବାସୀଙ୍କ ମଧ୍ୟରେ ପରସ୍ପରଙ୍କ ଉପରେ ଏସିଡ୍ ମାଡ଼ କରିଛନ୍ତି। ଏଭଳି ଘଟଣା ଘଟିଛି ରାୟଗଡ଼ା ଥାନା ଅନ୍ତର୍ଗତ କୁମ୍ଭିକୋଟା ଗ୍ରାମର କ୍ଵାରେଣ୍ଟାଇନ୍‌ ସେଣ୍ଟରରେ।

ଏହି ଦୁଇ ବ୍ୟକ୍ତି ବିହାର ଅଞ୍ଚଳରୁ ଆସି ସୁନା ରୂପା ସଫା କରିବା କାର୍ଯ୍ୟ କରୁଥିଲେ। ତାଲା ବନ୍ଦ ପରେ ଏମାନେ କୁମ୍ଭୀକୋଟା ଗ୍ରାମର ଥିବା କ୍ଵାରେଣ୍ଟାଇନ୍‌ ସେଣ୍ଟରରେ ରହୁଥିଲେ। ୫୦୦ ଟଙ୍କା ପାଇଁ ଦିଲ୍ଲୀପ ସାହା ଓ ବିଘ୍ନେସ ସାହା ପରସ୍ପରଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ପରିସ୍ଥିତି ଅତି ସଙ୍ଗିନ ହୋଇଥିବା ବେଳେ ଗଣ୍ଡଗୋଳରେ ଦିଲ୍ଲୀପଙ୍କ ଉପରକୁ ବିଘ୍ନେସ ଏସିଡ୍ ଫିଙ୍ଗିଥିବା ଅଭିଯୋଗ ହୋଇଛି।

ଏସିଡ୍ ମାଡ଼ରେ ଜଣେ ଗୁରୁତର ଓ ଆଉ ଜଣେ ଆହତ ହୋଇଛନ୍ତି। ଗୁରୁତର ଦିଲ୍ଲୀପ ସାହାଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ଏହି ଅଭିଯୋଗକୁ ଭିତ୍ତି କରି ପୋଲିସ ଅଭିଯୁକ୍ତ ବିଘ୍ନେସ ସାହାଙ୍କୁ ଗିରଫ କରିବା ସହ ତଦନ୍ତ ଜାରି ରଖିଛି।

Comment