ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ କ୍ଵାରେଣ୍ଟାଇନ ସେଣ୍ଟରରେ ଥିବା ଅନ୍ତେବାସୀଙ୍କୁ ଘରକୁ ପଠାଯାଇଛି। ଏହିକ୍ରମରେ ଆଜି ରାୟଗଡ଼ା ସହରାଞ୍ଚଳ ଅଧିନରେ ଥିବା ଚାରୋଟି କ୍ଵାରେଣ୍ଟାଇନ୍‌ ସେଣ୍ଟରରୁ ମୋଟ୍‌ ୩୧ଜଣ ଅନ୍ତେବାସୀଙ୍କୁ ଘରକୁ ପଠା ଯାଇଥିବା ଜଣାପଡିଛି।

ଏମାନେ ସବୁ କଟକ, ଗଞ୍ଜାମ, ଗଜପତି ଓ ନବରଙ୍ଗପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ଅନ୍ତେବାସୀମାନେ ଦୀର୍ଘ ୩୦ ଦିନ ଧରି ପୌରପ୍ରଶାସନ ଅନ୍ତର୍ଗତ କ୍ଵାରେଣ୍ଟାଇନ ସେଣ୍ଟରରେ ରହି ଆସୁଥିଲେ। ସମସ୍ତଙ୍କର କ୍ଵାରେଣ୍ଟାଇନ ଅବଧି ସରିଥିବା ବେଳେ ଜିଲ୍ଲା ପ୍ରଶାସନର ନିଷ୍ପତିକ୍ରମେ ଗୋଟିଏ ବସ୍‌ ଓ ବୋଲେରୋ ଯୋଗେ ସେମାନଙ୍କୁ ଘରକୁ ଛଡ଼ାଯାଇଥିବା ପୌରପାଳିକା ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥି ସୂଚନା ଦେଇଛନ୍ତି।

ରାଜ୍ୟରେ ବର୍ତ୍ତମାନ ୧୪୮ରେ ପହଞ୍ଚିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ହେଲେ ଏଯାଏଁ ରାୟଗଡ଼ା ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି, ଯାହାକି ଜିଲ୍ଲା ପାଇଁ ଭଲ ଖବର।

Comment